ରୋନାଲ୍ଡୋ ମାର୍କା କିକ୍‌ ମାରିଲେ ଯୁବତୀ, ଆଉ ତା ପରେ…

ନୂଆଦିଲ୍ଲୀ: ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନାଁ କିଏ ନ ଜାଣେ କହିଲେ। ଆଉ ତାଙ୍କ ଷ୍ଟାଇଲରେ ଫୁଟବଲ୍‌କୁ କିକ୍‌ କରିବାରୁ କେତେ କେତେ ଫ୍ୟାନ୍‌ ବାରମ୍ବାର ଚେଷ୍ଟା କରିଥାନ୍ତି। ହେଲେ ବାସ୍ତବ ଜୀବନରେ ରୋନାଲ୍ଡୋ ଯେ ଅଦ୍ୱିତୀୟ, ସେ କଥା ମାନିବାକୁ ପଡ଼ିବ। ହେଲେ ଆଜି ଆପଣ ଏମିତି ଜଣେ ଯୁବତୀଙ୍କୁ ଭେଟିବାକୁ ଯାଉଛନ୍ତି, ଯିଏ ରୋନାଲ୍ଡୋଙ୍କ ଷ୍ଟାଇଲରେ କିକ୍‌ମାରି ଏବେ ଭାଇରାଲ ହୋଇଛନ୍ତି। ତାଙ୍କ ଷ୍ଟାଇଲ୍‌, ଆଉ କିକ୍‌ କରିବାର ଷ୍ଟାଇଲ୍‌ ପୁରା ରୋନାଲ୍ଡୋଙ୍କ ଭଳି। ଆଉ ମଧ୍ୟ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଯୁବତୀ ଜଣକ ଗୋଟିଏ ଟ୍ରାଏଲ୍‌ରେ ସଫଳ ମଧ୍ୟ ହୋଇଛନ୍ତି। ଆଉ ସେ ସଫଳ ହୋଇ କେବଳ ରୋନାଲ୍ଡୋଙ୍କ ରେକର୍ଡ ଭାଙ୍ଗିଛନ୍ତି ତା ନୁହେଁ ବରଂ ପରିବେଶ ପ୍ରଦୂଷଣ କରୁଥିବା କିଛି ବିଶୃଙ୍ଖଳିତ ଲୋକଙ୍କୁ ସଜାଗ୍‌ କରିଛନ୍ତି।

ଏତେ ସବୁ ପଢ଼ିବା ପରେ ଆପଣ ସେହି ଯୁବତୀଙ୍କ ସମ୍ପର୍କରେ ଜାଣିବାକୁ ଚାହୁଁଥିବେ। ଆଉ ଭାବୁଥିବେ ହୁଏତ ଯୁବତୀ ଜଣକ ମହିଳା କ୍ରୀଡାବିତ୍‌ ହୋଇଥିବେ। ହେଲେ ଆମେ କହିବୁ ଆପଣଙ୍କ ଧାରଣା ପୂରା ଭୁଲ୍‌। ସେ ଯୁବତୀ ଜଣକ କ୍ରୀଡାବିତ୍‌ ନୁହଁନ୍ତି। ଖବର ସରବରାହ ସଂସ୍ଥା NATIONAL HERALDରେ ପ୍ରକାଶିତ ଖବରୁ ଆଧାର କରି ଆମେ ଏ କଥା କହୁଛୁ। ଖବରଟି ଏକ ଭାଇରାଲ ଭିଡିଓକୁ ନେଇ। ଯେଉଁ ଭିଡିଓରେ ଆମେ କହୁଥିବା ମହିଳାଙ୍କ କାରନାମା କଏଦ ହୋଇଛି। (ତଳେ ଦିଆଯାଇଥିବା ଭିଡିଓ ଦେଖିପାରିବେ)

ଯୁବତୀ ଜଣକ ନିଜର ଜଣେ ବାନ୍ଧବୀଙ୍କ ସହ ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଏକ କାର୍‌ ତାଙ୍କ ବାଟ ଦେଇ ଯାଉଛି। ଆଉ କେହି ଜଣେ ଉକ୍ତ ଗାଡ଼ି ଭିତରୁ ପାଣି ବୋତଲ ଫିଙ୍ଗି ଦେଉଛନ୍ତି। ବଡ଼ ବେପରୁଆ ଭାବେ ସେ ବୋତଲ ଫିଙ୍ଗୁଥିବା ବେଳେ ରାସ୍ତାରେ ଛିଡ଼ା ହୋଇଥିବା ଯୁବତୀ ଜଣକ ତତ୍‌କ୍ଷଣାତ୍‌ ଉକ୍ତ ପାଣି ବୋତଲକୁ ସେଇ କାର୍‌ ଆଡ଼କୁ ହିଁ କିକ୍‌ କରୁଛନ୍ତି। ଆଉ ତାଙ୍କ ଏ କିକ୍‌ ପୁରା ରୋନାଲ୍ଡୋ ଷ୍ଟାଇଲର free kick । ଆଉ ଏହି କିକ୍‌ ପରେ ବୋତଲଟି ସିଧା ଯାଇ ପଶି ଯାଉଛି ସେହି ଗାଡ଼ି ଭିତରେ।

ଭିଡିଓଟି ଏବେ ଭାଇରାଲ ହେଉଥିବା ବେଳେ ଢେର ମାତ୍ରାରେ ଲାଇକ୍‌ ହାତେଇ ସାରିଛି ବୋଲି ଲେଖିଛି NATIONAL HERALD।