ଛେଳିକୁ ବଞ୍ଚାଇବାକୁ ବାଘକୁ ଠେଙ୍ଗା ଧରି ଗୋଡାଇଲେ

ବାନ୍ଦ୍ରା: ଘରେ କୁକୁର ବିଲେଇ ରଖିବା ଅନେକଙ୍କର ସଉକ୍‌। ହେଲେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଗୃହପାଳିତ ପ୍ରାଣୀମାନଙ୍କୁ ନିଜଠାରୁ ଅଧିକ ଭଲ ପାଆନ୍ତି। ସେମାନଙ୍କୁ କିଭଳି ଭଲରେ ରଖିବେ ସେ ନେଇ ସବୁବେଳେ ଚିନ୍ତିତ ଥାନ୍ତି। ଜାଣିଛନ୍ତି ନିଜ ଗୃହପାଳିତ ପ୍ରାଣିଟି ପାଇଁ ମହାରାଷ୍ଟ୍ରର ଜଣେ ମହିଳା କ’ଣ କରିଛନ୍ତି ? ଶୁଣିଲେ ହୁଏତ ଆପଣ ବିଶ୍ୱାସ କରିବେନି ହେଲେ କଥାଟା ରୁମ ଟାଙ୍କୁରେଇ ଦେବା ଭଳି। ମହିଳା ଜଣଙ୍କ କାରନାମା ଏବେ ବିଶ୍ୱସ୍ତରୀୟ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇପଡିଛି।

ତା ହେଲେ ପଢନ୍ତୁ କ’ଣ ଥିଲା ଏମିତି ହେଉଛି ଘଟଣା।

ମହାରାଷ୍ଟ୍ର ରାଜ୍ୟ ବାନ୍ଦ୍ରା ଜିଲାର ୨୩ ବର୍ଷିୟ ରୂପାଲି ମେସରମ୍‌ ନିଜ ପୋଷା ଛେଳି ପାଇଁ ବାଘ ସହ ଲଢି ଆଜି ଚର୍ଚ୍ଚାରେ। ଘଟଣାଟି ଗତ ସପ୍ତାହର। ରୂପାଲି ଘରେ ସୋଇଥିବା ବେଳେ ବାହାରେ ବନ୍ଧା ହୋଇଥିବା ପୋଷା ଛେଳିଟି ପାଟି କରିଥିଲା। ଛେଳିଟି ମେଁ ମେଁ ହେଉଥିବା ବେଳେ ରୂପାଲି କବାଟ ଖୋଲି ଦେଖିଲା ବେଳକୁ ଏକ ବାଘ ତାକୁ ଆକ୍ରମଣ କରିଥିଲା। ନିଜ ପୋଷା ଛେଳିକୁ ବଞ୍ଚାଇବାକୁ ଯାଇ ତତକ୍ଷଣାତ୍‌ ଏକ ବାଟି ଧରି ସେ ବାଘ ଉପରୁକ ଝପଟି ପଡିଥିଲେ। ବାଘକୁ ବାଡିରେ ବାଡେଇ ହେଟିଆ ଯାଇପାରିବ ନାହିଁ, ଏ କଥା ଜାଣିଥିଲେ ମଧ୍ୟ ସେ ନିଜ ଛେଳି ପାଇଁ ମରଣ ମୁହଁକୁ ଧାଇଁ ଯାଇଥିଲେ। ଏହି ଘଟଣା ଦେଖି ରୂପାଲିଙ୍କ ମା’ ଆଶ୍ଚର୍ଯ୍ୟ ହୋଇ ଝିଅକୁ ଭିଡିଆଣି  ଘରେ ପୁରାଇ ଦେଇଥିଲେ । ଫଳରେ ସୌଭାଗ୍ୟବଶତଃ ରୂପାଲି ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ହେଲେ ବାଘ ତାଙ୍କୁ ଆଘାତ କରିଥିବାରୁ ତାଙ୍କ ମୁହଁ, ହାତ, ଗୋଡ ଆଘାତପ୍ରାପ୍ତ ହୋଇଥିଲା। ମୁହଁରେ ରକ୍ତ ଲାଗିଥିବା ସମୟରେ ରୂପାଲି ଏକ ସେଲ୍ଫି ଉଠାଇଥିଲେ। ଯାହା ଏବେ ଭାଇରାଲ ହେବାରେ ଲାଗିଛି।