ଦିଲ୍ଲୀ ପରେଡ୍‌ରେ ବୀରତ୍ୱର ନମୁନା ଦେଖାଇବେ ମହିଳା ଯବାନ

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ସାରା ଦେଶ ଧୁମ୍‌ଧାମ୍‌ରେ ପାଳିବ ଗଣତନ୍ତ୍ର ଦିବସ। ପ୍ରତିବର୍ଷ ପୁରୁଷ ଯବାନମାନେ ଅନେକ ଦୁଃସାହସିକ ଷ୍ଟଣ୍ଟ ପ୍ରଦର୍ଶିତ କରିଥାନ୍ତି। କିନ୍ତୁ ଏଥର ପୁରୁଷ ଯବାନଙ୍କ ସ୍ଥାନରେ ମହିଳା ସୁରକ୍ଷାକର୍ମୀମାନେ ଦେଖାଇବେ ଦୁଃସାହସିକ ଷ୍ଟଣ୍ଟ। ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ୧୧୩ ଜଣ ମହିଳା ବାଇକର୍ସ ଗଣତନ୍ତ୍ର ଦିବସ ପରେଡ୍‌ରେ  ୩୫୦ ସିସିର ୨୬ ରୟାଲ୍‌ ଏନ୍‌ଫିଲ୍ଡ ମୋଟରସାଇକେଲ ଉପରେ ବସି ଏରୋବେଟିକ୍ସ ସହିତ ଅନ୍ୟାନ୍ୟ କୌଶଳ ଓ ସାହସର ଦେଖାଇବେ। ଏହି ସବୁ ମହିଳାଙ୍କ ବୟସ ୨୦ରୁ ୩୧ ବର୍ଷ ମଧ୍ୟରେ।

ଜମ୍ମୁ-କାଶ୍ମୀରର ଲଦାଖ ଅଞ୍ଚଳରେ ମୁତୟନ ହୋଇଥିବା ବିଏସ୍‌ଏଫ୍‌ ସବ ଇନସପେକ୍ଟର ଷ୍ଟେଞ୍ଜିନ୍‌ ନାରୟାଙ୍ଗ (୨୮) ଏହି ଦଳର ନେତୃତ୍ୱ ନେବେ।