ବିଜେପି କାର୍ଯ୍ୟାଳୟ ବାହାରେ ଚାଲିଛି ଯଜ୍ଞ

ନୂଆଦିଲ୍ଲୀ: ଆଜି ସବୁ ଆଶା ଓ ଆଶଙ୍କାର ଅନ୍ତ ଘଟିବ। ନିର୍ବାଚନରେ ଥିବା ହାର ଜିତ୍‌ର ଦ୍ୱନ୍ଦ ଶେଷ ହେବ। କାରଣ ଆଉ କିଛି ଘଣ୍ଟା ପରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବ। ଏଥିପାଇଁ ନେତାମାନଙ୍କ ଛାତି ଧଡ୍‌ ଧଡ୍‌ ହେବାରେ ଲାଗିଛି । କାରଣ କ୍ଷମତାକୁ ଆସିବାକୁ ସମସ୍ତଙ୍କର ଇଚ୍ଛା ରହିଛି। ତେଣୁ ରେଜଲ୍ଟ ଆସିବା ପୂର୍ବରୁ ନେତାମାନେ ମନ୍ଦିର ଦର୍ଶନ କରି ଭଗବାନଙ୍କ ଆଶିର୍ବାଦ ଲୋଡିଛନ୍ତି। ଏଥିସହ ବିଜେପି ପକ୍ଷରୁ ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟ ବାହାରେ ହୋମ ଯଜ୍ଞ ଚାଲିଛି।

ଏହି ହୋମ ଯଜ୍ଞ ସକାଳୁ ଆରମ୍ଭ ହୋଇଯାଇଛି। କେତେ ସମୟ ଧରି ଏହି ଯଜ୍ଞ ଚାଲିବ କିଛି ଠିକ୍‌ ନାହିଁ।

ତେବେ ମୋଦି ବହୁମତରେ ଜିତିବେ। ଏବଂ ଏହି ହୋମ ଯଜ୍ଞ ଦ୍ୱାରା ଭଗବାନ୍‌ଙ୍କ ଆଶିର୍ବାଦ ମିଳିବ ବୋଲି କହିଛି ବିଜେପି।