ଦ୍ୱିତୀୟ ସନ୍ତାନ ନା..ବାବା..ନା : ବଦଳୁଛି ସହରୀ ମାଆର ମାନସିକତା

ଝିଅଟିଏ ଖୁସି ହୋଇଥାଏ ଯେବେ ସେ ମାଆ ହେବାର ସୌଭାଗ୍ୟ ଲାଭ କରିଥାଏ। ଆଖିରୁ ଝରି ପଡିଥାଏ ଆନନ୍ଦ ଅଶ୍ରୁ । ମାତୃତ୍ୱ ଲାଭ କଲେ ଜଣେ ମହିଳାର ଜୀବନ ସାର୍ଥକ ହୋଇଥାଏ। ମାତ୍ର ସମୟ ସହ ମହିଳାଙ୍କ ମାନସିକତାରେ ପରିବର୍ତ୍ତନ ଆସିଛି। ସହରୀ ଛାପ ପଡ଼ୁଛି କର୍ମଜୀବୀ ମହିଳାଙ୍କ ଉପରେ। ମାଆ ହେବାର ଖୁସିକୁ ଦୂରେଇ ଦେଉଛନ୍ତି ନିଜଠାରୁ। ଆମେ ଦୁଇ ଆମର ଦୁଇ ନାରା ପରିବର୍ତ୍ତନ ହୋଇଯାଇଛି କର୍ମଜୀବୀ ମହିଳାଙ୍କ ପାଇଁ। ବିଶ୍ୱ ମାତୃ ଦିବସର ଦିନକ ପୂର୍ବରୁ ଆସିଛି ଏହିଭଳି ଖବର।

ଏକ ସର୍ଭେ ଅନୁଯାୟୀ ୩୫ ପ୍ରତିଶତ ସହରୀ କର୍ମଜୀବୀ ମହିଳା ଦ୍ୱିତୀୟ ସନ୍ତାନ ପାଇଁ ଇଚ୍ଛୁକ ନୁହଁନ୍ତି। ଏହାପଛର କାରଣ ଜାଣିଲେ ଆପଣ ତାଜୁବ ହୋଇଯିବେ। ସର୍ଭେ ଅନୁଯାୟୀ ଦ୍ୱିତୀୟ ସନ୍ତାନ ହେତୁ ଚାକିରୀରେ ପଦୋନ୍ନତି ଆଶା କ୍ଷୀଣ ହୋଇଥାଏ ବୋଲି କହିଛନ୍ତି କିଛି ମହିଳା। ପ୍ରସବକାଳୀନ ଛୁଟି ହେତୁ କର୍ମଜୀବୀ ମହିଳାଙ୍କ କାର୍ଯ୍ୟ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହୋଇଥାଏ। ତେଣୁ ଦ୍ୱିତୀୟ ସନ୍ତାନ ପାଇଁ ଅନିଚ୍ଛୁକ ସହରୀ କର୍ମଜୀବୀ ମହିଳା। କିଛି କର୍ମଜୀବୀ ମହିଳା ନିଜ କର୍ମକ୍ଷେତ୍ରରେ ଏତେ ବ୍ୟସ୍ତ ରହିଥାନ୍ତି ଯେ ନିଜ ସନ୍ତାନଙ୍କୁ ସମୟ ମଧ୍ୟ ଦେଇପାରି ନଥାନ୍ତି। ତେଣୁ ଦୁଇଟି ସନ୍ତାନର ମାଆ ହେବାକୁ ଇଚ୍ଛାପ୍ରକାଶ କରି ନଥାନ୍ତି। ଗୋଟିଏ ସନ୍ତାନ ପାଇଁ ସରକାର ପ୍ରଦାନ କରୁଥିବା ସମସ୍ତ ସୁବିଧା ପାଇବା ପାଇଁ ମଧ୍ୟ କିଛି ମହିଳା ଦ୍ୱିତୀୟ ସନ୍ତାନ ଠାରୁ ଦୂରେଇ ରହୁଛନ୍ତି