ବିଶ୍ୱର ୯୦ଟି ଦେଶରେ ସାଇବର ଆକ୍ରମଣ, ବର୍ତ୍ତି ଯାଇଛି ଭାରତ

ନୂଆଦିଲ୍ଲୀ: ୟୁରୋପ, ଆମେରିକା ଓ ଚୀନ ସମେତ ବିଶ୍ୱର ୯୦ଟି ଦେଶ ଉପରେ ସାଇବର ଆକ୍ରମଣ ହୋଇଛି। ଏହାର ଶିକାର ହୋଇଛନ୍ତି ହସ୍ପିଟାଲ୍‌, ଟେଲିକମ୍‌ ଫାର୍ମ ଓ ଆଉ କିଛି କମ୍ପାନୀ। ସାରା ବିଶ୍ୱରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଗଣମାଧ୍ୟମ ଖବର ଅନୁସାରେ ହ୍ୟାକର୍ସମାନେ ଆମେରିକାର ନ୍ୟାସନାଲ୍‌ ସିକ୍ୟୁରିଟି ଏଜେନ୍ସି ବ୍ୟବହାର କରୁଥିବା ଭଳି ଟେକ୍ନୋଲୋଜିର ବ୍ୟବହାର କରି ଏହି ସାଇବର ଆକ୍ରମଣ କରିଛନ୍ତି। ଏଥିଯୋଗୁଁ ବ୍ରିଟେନ୍‌ର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପୂରାପୂରି ବାଧାପ୍ରାପ୍ତ ହୋଇଛି।

ପୂର୍ବ ପରି ସବୁ କିଛି କରିବାକୁ ଚାହୁଁଥିଲେ ଏହି ଦେଶଗୁଡ଼ିକୁ ବିଟ୍‌କନ୍‌ରେ ଅର୍ଥ ଦେବାକୁ ପଡ଼ିବ ବୋଲି ହକର୍ସମାନେ କହିଛନ୍ତି।

କିନ୍ତୁ ଭାରତ ଏହି ସାଇବର ଆକ୍ରମଣର ଶିକାର ହୋଇନାହିଁ। ଏନେଇ କୌଣସି ସୂଚନା ମିଳିନାହିଁ।

ସୌଜନ୍ୟ-ନଇ ଦୁନିଆ

ଫଟୋ-ନଇ ଦୁନିଆ