୩୦୦ କିଲୋ କମିଲା ଓଜନ: ଏବେ ଗୋଡ଼ହାତ ହଲାଇ ପାରୁଛନ୍ତି, ଖୁବ୍‌ଶୀଘ୍ର ବସିପାରିବେ

ବିଶ୍ୱର ସବୁଠାରୁ  ମୋଟି ମହିଳା- ଇଜିପ୍ଟର ଇମାନ ଅହମଦ। ସବୁବେଳେ ସେ ନିଜର ଓଜନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏହି ଚର୍ଚ୍ଚିତ ମହିଳାଙ୍କ ଓଜନ ୩୦୦କେଜି  କମିଯାଇଛି। ତାଙ୍କର କିଛି ଫଟୋ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ୍ ହେଉଛି। ଯେଉଁଥିରେ ତାଙ୍କର ଓଜନ କମି ଯାଇଥିବା ଜଣାପଡ଼ୁଛି।

୨୦୧୭ ମସିହା ଫେବ୍ରୁଆରୀରେ ଇମାନ ମୋଟାପଣର ଚିକିତ୍ସା ପାଇଁ ମୁମ୍ବାଇ ଆସିଥିଲେ। ସେତେବେଳେ ତାଙ୍କର ଓଜନ ପ୍ରାୟ ୫୦୦ କେଜି ଥିଲା। ମୁମ୍ବାଇର ସୈଫି ହସ୍‌ପିଟାଲ୍‌ରେ  ତାଙ୍କର ବୈରିୟାଟ୍ରିକ୍ ସର୍ଜରୀ କରାଯାଇଥିଲା। ଏହାପରେ ତାଙ୍କର ଓଜନ ୫୦୦ରୁ ୨୫୦ କେଜି କମି ଯାଇଥିଲା।

ଏବେ ଆବୁଧାବିର ବୁର୍ଜୀଲ ହସପିଟାଲରେ ଇମାନଙ୍କ ଚିକିତ୍ସା କରାଯାଇଛି। ତାଙ୍କର ଓଜନ ୧୮୫ କିଲୋଗ୍ରାମ କମି ଯାଇଛି। ଡାକ୍ତର କହିଛନ୍ତି, “ଇମାନଙ୍କ ଓଜନ ୧୦୦ କିଲୋରୁ କମ୍‌ କରିବା ପାଇଁ  ଚେଷ୍ଟା କରାଯାଉଛି।”

ବୁର୍ଜୀଲ ହସପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ୟାସିନ ସହାନ କହିଛନ୍ତି- “ଇମାନ ଏବେ ଗୋଡ଼ ହାତ ହଲାଇ ପାରୁଛନ୍ତି। ଖୁବ୍‌ଶୀଘ୍ର ସେ ବହୁ ସମୟ ଧରି ବସି ପାରିବେ।” ’

ଇମାନଙ୍କ ଭଉଣୀ ସାଇନା ସଲିମ କହିଛନ୍ତି- “ଇମାନଙ୍କ ଓଜନ କମ୍‌ ହୋଇ ଯାଇଥିବାରୁ ଆମେ ଖୁସି ଅଛୁ। ସେ ଏବେ ନିଜକୁ ସୁସ୍ଥ ଅନୁଭବ କରୁଛନ୍ତି।