ବିଶ୍ୱର ପ୍ରଥମ ରୋବୋଟ୍ ସାମ୍ବାଦିକ Xiao nan; ସବୁ ପ୍ରକାର ନ୍ୟୁଜ୍ ଲେଖିବାରେ ଧୁରନ୍ଧର

ନୂଆଦିଲ୍ଲୀ: ବର୍ତ୍ତମାନ ଯୁଗ ହେଉଛି ଟେକ୍ନୋଲୋଜିର। ପ୍ରତି କ୍ଷେତ୍ରରେ ଟେକ୍ନୋଲୋଜି ତାର କାୟା ବିସ୍ତାର କରୁଛି। ଏବେ ଏହି ଟେକ୍ନୋଲୋଜି ସାମ୍ବାଦିକତାରେ ବି ଏକ ନୂଆ ଇତିହାସ ରଚିଛି। ବିଶ୍ୱକୁ ଟେକ୍ନୋଲୋଜି ଦେଇଛି ପ୍ରଥମ ରୋବୋଟ୍ ସାମ୍ବାଦିକ। ଏହି ରୋବୋଟ୍ ସାମ୍ବାଦିକଙ୍କ ନାଁ  Xiao nan ରଖାଯାଇଛି। ଚୀନରେ ବିକଶିତ ହୋଇଛି ଏହି ରୋବୋଟ୍ ସାମ୍ବାଦିକ। ସେ ମାତ୍ର ୧ ସେକେଣ୍ଡ ପ୍ରାୟ ୩୦୦ ଶଦ୍ଦ ସହଜରେ ଲେଖିପାରୁଛି। ଏହି ରୋବୋଟ୍ ଦ୍ୱାରା ଲେଖା ଯାଇଥିବା ନ୍ୟୁଜ୍‌ ଚୀନ ଗଣମାଧ୍ୟମରେ ପ୍ରକାଶ ପାଇଛି। ସାରା ବିଶ୍ୱରେ ଏବେ ଏହି ରୋବୋଟ୍‌କୁ ନେଇ ଚାଲିଛି ଚର୍ଚ୍ଚା।

ଏହି ରୋବୋଟ୍‌ ସବୁ ପ୍ରକାର ନ୍ୟୁଜ୍‌ ଲେଖିବାରେ ଧୁରନ୍ଧର।  କେବଳ ଲେଖାରେ ନୁହେଁ ସେ ଯେ କୌଣସି ବିଷୟ ଉପରେ ଚର୍ଚ୍ଚା ମଧ୍ୟ କରିପାରିବ।