ଆକାଶମାର୍ଗରେ ଲଢ଼େଇ: ବିଶ୍ୱର ଶକ୍ତିଶାଳୀ ବାୟୁସେନା ଭିତରେ ଭାରତର ସ୍ଥାନ କେତେ ?

ସେନା ସବୁ ଦେଶର ଗୌରବ। ସେହିପରି ଭାରତୀୟ ସେନା ବି ଭାରତୀୟଙ୍କ ପାଇଁ ଗୌରବ। ସେ ସ୍ଥଳ ସେନା ହେଉ ବା ନୌସେନା କିମ୍ବା ବାୟୁ ସେନା। ପ୍ରତି କ୍ଷେତ୍ରରେ ଶତ୍ରୁଙ୍କୁ ମାତ୍‌ ଦେବାରେ ମାହିର୍‌ ଭାରତୀୟ ସେନା। ସେହିପରି ଭାରତୀୟ ସେନାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ବାୟୁସେନା। ବିଭିନ୍ନ ଅପରେସନରେ ଭାରତୀୟ ସେନାକୁ ସାହାଯ୍ୟ କରି ନିଜର ପାରିବା ପଣିଆ ଦେଖାଇଛି ବାୟୁସେନା।  ଗତ ସେପ୍ଟେମ୍ବରରେ ଭାରତୀୟ ବାୟୁସେନା ଦ୍ୱାରା ରାତି ଅଧିଆ ପାକିସ୍ତାନ ମାଟିରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ଏହାର ସଦ୍ୟ ଉଦାହରଣ। ଏହି ଘଟଣା ପରେ ସମଗ୍ର ବିଶ୍ୱ ଜାଣିଲା ଭାରତୀୟ ବାୟୁସେନାର ପରାକ୍ରମ। ବିଶ୍ୱର ୧୦ ଶକ୍ତିଶାଳୀ ବାୟୁସେନା ମଧ୍ୟରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଆସନ୍ତୁ ଜାଣିବା ପ୍ରତିପକ୍ଷଙ୍କୁ ପରାସ୍ତ କରିବାରେ କେଉଁ ଦେଶର ବାୟୁସେନା କେତେ ସକ୍ଷମ।

america airforceଆମେରିକା ବାୟୁସେନା: ୧୯୪୭ ସେପ୍ଟେମ୍ବର ୧୮ରେ ସ୍ଥାପିତ ହୋଇଥିଲା ଆମେରିକା ବାୟୁସେନା। ସାରା ବିଶ୍ୱରେ ମହାଶକ୍ତିଶାଳୀ ବୋଲାଉଥିବା ଆମେରିକା ବାୟୁସେନା ପାଖରେ ରହିଛି ବିଭିନ୍ନ ଅତ୍ୟାଧୁନିକ ଅସ୍ତଶସ୍ତ୍ର। ରିପୋର୍ଟ ମୁତାବିକ ଆମେରିକା ପାଖରେ ଯେତିକି ଅସ୍ତ୍ରଶସ୍ତ୍ର ଅଛି ତାହା ସମଗ୍ର ବିଶ୍ୱର ବାୟୁସେନାର ଯୁଦ୍ଧାସ୍ତ୍ର ଠାରୁ ମଧ୍ୟ ଅଧିକ। ଆମେରିକା ପାଖରେ ପ୍ରାୟ ୫ ହଜାର ୬ଶହରୁ ଅଧିକ ବିମାନ ରହିଛି। ସେହିପରି ଯୁଦ୍ଧ ପାଇଁ ୩ହଜାର ୬ଶହରୁ ଅଧିକ ଲଢୁଆ ବିମାନ ମହଜୁଦ ଅଛି। ତା ଛଡା ୩ଲକ୍ଷ ୩୨ ହଜାରରୁ ଅଧିକ ସୈନ୍ୟଙ୍କ ବଳରେ ବଳିୟାନ ଆମରିକା ବାୟୁସେନା।

ଋଷ ବାୟୁସେନା: ପ୍ରାୟ ୧ଲକ୍ଷ ୬୦ହଜାର  ସୈନ୍ୟଙ୍କୁ ନେଇ ଦ୍ୱିତୀୟ ସ୍ଥାନରେ ରହିଛି ରଷ ବାୟୁସେନା। ୧୦ ହଜାର ବିମାନ ଓ ୪୫୦୦ ଲଢୁଆ ବିମାନ ସୁରକ୍ଷା ଦେଉଛନ୍ତି ରଷକୁ। ତେବେ ଆମେରିକାକୁ ଟକ୍କର ଦେବାକୁ ରଷ ନିଜର ସାମରିକ ଶକ୍ତିକୁ ବେଶ୍‌ ଦ୍ରୁତ ଗତିରେ ବଢାଇ ଚାଲିଛି।

ଇସ୍ରାଏଲ ବାୟୁସେନା: ବିଶ୍ୱରେ ଇସ୍ରାଏଲ ବାୟୁସେନା ତୃତୀୟ ସ୍ଥାନ ଅଧିକ କରିଛି। ଅତ୍ୟାଧୁନିକ ଯୁଦ୍ଧ କଳାରେ ବେଶ୍ ପାରଙ୍ଗମ ଇସ୍ରାଏଲ ବାୟୁସେନା। ୨୭ହଜାର ସୈନିକଙ୍କୁ ନେଇ ବେଶ ଶକ୍ତିଶାଳୀ ଇସ୍ରାଏଲ ବାୟୁସେନା। ଦେଶର ସୁରକ୍ଷା ପାଇଁ ୧୯୬୪ଟି ବିମାନ ଓ ୩୯୬ଟି ଲଢୁଆ ବିମାନକୁ ସାମିଲ ନିଜ ବାୟୁସେନାରେ।

ଭାରତୀୟ ବାୟୁସେନା: ଭାରତୀୟ ବାୟୁସେନା ଭାରତୀୟ ସେନାର ଶକ୍ତି। ୮ ଅକ୍ଟୋବର ୧୯୩୨ରେ ଜନ୍ମ ନେଇଥଲା ଭାରତୀୟ ବାୟୁସେନା। ବିଭିନ୍ନ ସଙ୍କଟଜନକ ପରିସ୍ଥିତିରୁ ଦେଶକୁ ରକ୍ଷା କରିଛି ଭାରତୀୟ ବାୟୁସେନା। ସେ ମୁମ୍ବାଇ ଆକ୍ରମଣରେ ଆତଙ୍କବାଦୀଙ୍କୁ ଚିତ୍‌ କରିବା ହେଉ ବା କାରଗିଲ୍‌ ଯୁଦ୍ଧରେ ପାକିସ୍ତାନକୁ ଘନ ଘନ ବୋମା ମାଡ କରି ନିଜର ପରାକ୍ରମ ଦେଖାଇଛି ବାୟୁସେନା। ବିଶ୍ୱର ଶକ୍ତିଶାଳୀ ବାୟୁସେନା ମଧ୍ୟରେ ଚତୁର୍ଥ ସ୍ଥାନରେ ନିଜକୁ ସାମିଲ କରିଛି ଭାରତୀୟ ବାୟୁସେନା। ୧ଲକ୍ଷ ୭୦ହଜାର ସୈନିକଙ୍କୁ ନେଇ ବେଶ୍ ଶକ୍ତିଶାଳୀ ଭାରତୀୟ ବାୟୁ ସେନା। ନିଜର ମାଟି ମା’ର ସୁରକ୍ଷା ପାଇଁ ୧୫୦୦ ବିମାନ ଓ ୩୦୦ ଲଢୁଆ ବିମାନକୁ ସାମିଲ କରିଛି ନିଜ ବାୟୁସେନାରେ।

britain airforceବ୍ରିଟେନ୍‌ ଏୟାରଫୋର୍ସ: ବିଶ୍ୱର ସବୁଠାରୁ ପୁରୁଣା ଏୟାରଫୋର୍ସର ମାନ୍ୟତା ପାଇଛି ବ୍ରିଟେନ୍‌ ଏୟାରଫୋର୍ସ। ୪୧ ହଜାର ୩୦୦ ସୈନିକଙ୍କ ସହ ସଜ୍ଜିତ ହୋଇ ରହିଛି ବ୍ରିଟେନ ବାୟୁସେନା। ପ୍ରାୟ ହଜାରରୁ ଉର୍ଦ୍ଧ ବିମାନ ଓ ୨୪୦ଟି ଲଢୁଆ ବିମାନକୁ ନେଇ ବିଶ୍ୱରେ ପଞ୍ଚମ ସ୍ଥାନ ଅଧିକାର କରିଛି ବ୍ରିଟେନ ଏୟାରଫୋର୍ସ।

ଚୀନ୍‌ ବାୟୁସେନା: ଭାରତର କୁଟନୈତିକ ଶତ୍ରୁ ଚୀନ୍‌ର ବାୟୁସେନା ବିଷୟରେ ପୂରା ଦୁନିଆ ଅଜ୍ଞାତ। ଚୀନ୍‌ ବାୟୁସେନା ବିଷୟରେ ସଠିକ୍‌ ତଥ୍ୟ କୌଣସି ଦେଶ ପାଖରେ ନାହିଁ। ତେବେ ରିପୋର୍ଟ ଅନୁଯାୟୀ ୩ଲକ୍ଷ ୩୦ହଜାରରୁ ଉର୍ଦ୍ଧ ସୈନିକ ରହିଛନ୍ତି ଡ୍ରାଗନ୍‌ ସେନାରେ। ୨୫୦୦ରୁ ଉର୍ଦ୍ଧ ବିମାନ ଓ ୨୦୦୦ ଲଢୁଆ ବିମାନକୁ ନେଇ ବେଶ୍ ଶକ୍ତିଶାଳୀ ଚୀନ୍‌ ଏୟାରଫୋର୍ସ।

ଫ୍ରାନ୍ସ ଏୟାରଫୋର୍ସ: ଫ୍ରାନ୍ସ ନିଜ ବାୟୁସେନାର ଶକ୍ତି ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାଏ। ପ୍ରାୟ ୫୮ହଜାର ୯୦୦ ସୈନିକଙ୍କୁ ନେଇ ଶକ୍ତିଶାଳୀ ଫ୍ରାନ୍ସ ଏୟାରଫୋର୍ସ। ଦେଶକୁ ସୁରକ୍ଷା ଦେବା ସହ ବାୟୁ଼ସେନାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ୪୦୦ ବିମାନ ଓ ୩୦୦ ଲଢୁଆ ବିମାନକୁ ସାମିଲ କରିଛି ଫ୍ରାନ୍ସ ବାୟୁସେନା।

Courtesy-inextlive