କଂଗ୍ରେସରେ ଯୋଗ ଦେବେ ଚେତନ ଭଗତ

ନୂଆଦିଲ୍ଲୀ: ଗତକାଲି ଚେତନ ଭଗତଙ୍କ ଏକ ଟ୍ୱିଟ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେ ଟ୍ୱିଟ୍‌ରେ ଲେଖିଥିଲେ,‘‘ ମୁଁ ଅତିଶୀଘ୍ର କଂଗ୍ରେସ ଦଳରେ ଯୋଗ ଦେବାକୁ ଯାଉଛି। ଆସନ୍ତା କର୍ଣ୍ଣାଟକ ନିର୍ବାଚନରେ ପ୍ରଚାର କରିବି। କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ସହ ମିଶି ଏକ ସୁନ୍ଦର ଭାରତ ଗଠନ କରିବୁ। ଏହି କାମ କରିବା ପାଇଁ  ଆପଣମାନଙ୍କ  ଶୁଭେଚ୍ଛା ନିହାତି ଜରୁରୀ।”

ଚେତନ ଭଗତଙ୍କ ଏହି ଟ୍ୱିଟ୍‌ର ସବିଶେଷ ତଥ୍ୟ ଜାଣିବା ପାଇଁ ଯେଉଁ ଲିଙ୍କ୍‌ ଦିଆଯାଇଥିଲା ତାହା ୱିକିପିଡ଼ିଆର ଥିଲା। ଯେଉଁଥିରେ କୁହାଯାଇଥିଲା, ଆଜି ଏପ୍ରିଲ ଫୁଲ୍ ଡେ’। ତେଣୁ ସେ କଂଗ୍ରେସ ଦଳରେ ଯୋଗ ଦେବା କଥା ମଜାରେ କହିଥିଲେ। କିନ୍ତୁ କିଛି ଲୋକ ଏହି ଲିଙ୍କ୍ ନ ଦେଖି  ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ।