Xiaomi ଲଞ୍ଚ କଲା ରେଡ୍‌ମୀ ନୋଟ୍‌ ୫: ଫିଚର ଦମ୍‌ଦାର୍

ନୂଆଦିଲ୍ଲୀ: ବୁଧବାର ଭାରତୀୟ ବଜାରରେ ସ୍ମାର୍ଟଫୋନ୍‌ କମ୍ପାନୀ Xiaomi ଦୁଇଟି ନୂଆ ମଡେଲ୍‌ ରେଡ୍‌ମୀ ନୋଟ୍ ୫ ଓ ନୋଟ୍‌ ୫ ପ୍ରୋ ଲଞ୍ଚ କରିଛି। Xiaomi ନୋଟ୍‌ ୫ର ମୂଲ୍ୟ ଯଥାକ୍ରମେ ୩ GB ram ଓ ୩୨ GB ଷ୍ଟୋରେଜ୍‌ ସୁବିଧା ଥିବା ମୋବାଇଲ୍‌ର ମୂଲ୍ୟ୯,୯୯୯ ଟଙ୍କା, ୪ GB ରାମ୍‌ ଓ ୬୪ GB ଷ୍ଟୋରେଜ୍‌ ଥିବା ମୋବାଇଲ୍‌ର ମୂଲ୍ୟ ୧୧,୯୯୯ ଟଙ୍କା ରହିଛି। ସେହିପରି ନୋଟ୍ ୫ ପ୍ରୋରେ ୪ GB ରାମ୍‌ ୬୪ ଜିବି ଷ୍ଟୋରେଜ୍‌ ମୋବାଇଲ୍‌ର ମୂଲ୍ୟ ୧୩,୯୯୯, ଓ ୬ GB ରାମ୍‌ ଓ ୬୪ GB ଷ୍ଟୋରେଜ୍‌ର ମୂଲ୍ୟ ୧୬,୯୯୯ ଟଙ୍କା ରହିଛି।

ଫୋନ୍‌ ଦୁଇଟି ପ୍ରଥମେ କମ୍ପାନୀର ଅଫିସିଆଲ୍‌ ୱେବ୍‌ସାଇଟ୍‌ ଓ ଫ୍ଲିପ୍ କାର୍ଟରେ ଉପଲବ୍ଧ ହେବ। ଦୁଇଟିଯାକ ଫୋନ୍‌ ବ୍ଲାକ୍, ଗୋଲ୍ଡ, ଓ ରୋଜ୍ ଗୋଲ୍ଡ କଲରରେ ଉପଲବ୍ଧ ବଜାରକୁ ଆସିବ। ଏପ୍ରିଲ୍‌ ୨୨ ତାରିଖରେ ମୋବାଇଲ୍‌ ଦୁଇଟିକୁ ଫ୍ଲେସ୍‌ ସେଲ୍‌ ପ୍ରକ୍ରିୟାରେ ବିକ୍ରି କରାଯିବ। ଫୋନ୍ ସହିତ କମ୍ପାନୀ ଗ୍ରାହକଙ୍କୁ ଏକ ଅଲ୍ଟ୍ରା ସ୍ଲିମ୍‌ କେସ୍‌ ଅଫର ମଧ୍ୟ ଦେଉଛି। ଖାଲି ସେତିକି ନୁହଁ ଜିଓ ଗ୍ରାହକ ଫୋନ୍‌ କିଣିଲେ ୨,୨୦୦ ଟଙ୍କା କ୍ୟାସବ୍ୟାକ୍‌ର ଅଫର ମଧ୍ୟ ରହିଛି। ଆସନ୍ତୁ ଜାଣନ୍ତୁ ଜାଣିବା ଫୋନ୍‌ରେ କ’ଣ ସବୁ ଫିଚର ରହିଛି।

Xiaomi Note 5 : ୫.୯୯ ଇଞ୍ଚର ଫୁଲ୍‌ସ୍କ୍ରିନ୍‌ ଡିସ୍‌ପ୍ଲେ, କ୍ୟାମେରା-୧୨ ମେଗାପିକ୍ସେଲ୍, ଫ୍ରଣ୍ଟ କ୍ୟାମେରା-୫ ମେଗାପିକ୍ସେଲ୍ ରହିଛି,

ଅନ୍ୟାନ୍ୟ ସୁବିଧା: ପ୍ରୋସେସର୍‌- ସ୍ନାପଡ୍ରାଗନ୍ ୬୨୫, ବ୍ୟାଟେରୀ- ୪୦୦୦ MAH, Oas-MIUI ୯ (ଆଣ୍ଡ୍ରଏଡ୍‌ ନୁଗା) ଭଳି ସୁବିଧା ଏଥିରେ ଉପଲବ୍ଧ।

Xiaomi Note 5 Pro: 5.99 ଇଞ୍ଚର ଫୁଲ୍‌ ଡିସ୍‌ପ୍ଲେ ସ୍କ୍ରିନ୍‌, ଓ ୨.୫ ଡି ଗ୍ଲାସ୍‌,

ପ୍ରୋସେସର ଅଟୋକୋର କ୍ୱାଲ୍‌କମ୍ ସ୍ନେପ୍‌ଡ୍ରାଗନ୍‌-୬୩୬,କ୍ୟାମେରା- ୧୨ ଓ ୫ ମେଗାପିକ୍ସେଲ୍ ଡୁଆଲ୍ ରିୟର କ୍ୟାମେରା। ଫ୍ରଣ୍ଟ କ୍ୟାମେରା ୨୦ ମେଗାପିକ୍ସେଲ୍ ରାମ୍, ବ୍ୟାଟେରୀ ୪୦୦୦ MAH, Oas- MIUI ୯(ଆଣ୍ଡ୍ରଏଡ୍‌ ନୁଗା) ସହିତ ଉପଲବ୍ଧ ଅଛି।