Redmi note 5 Pro ପରେ ଆସିଲା xaomi Redmi 6 Pro

ସାଓମିର ସବୁଠୁ ଲୋକପ୍ରିୟ ସ୍ମାର୍ଟଫୋନ୍ redmi note 5 proର ଅପଗ୍ରେଡ ଭର୍ଜନ ଲଞ୍ଚ ହୋଇସାରିଛି। କମ୍ପାନୀ ଚୀନରେ Redmi 6 Pro ଲଞ୍ଚ କରିସାରିଛି। ଏହି ସ୍ମାର୍ଟ ଫୋନ୍‌ରେ iPhone X ପରି ନୋଚ୍‌ ଦିଆଯାଇଛି। ଏହା ରେଡ୍‌ମି ସିରିଜ୍‌ର ପ୍ରଥମ ଫୋନ୍‌ ଯେଉଁଥିରେ ନୋଚ୍‌ ଦିଆଯାଇଛି।

କମ୍ପାନୀ Redmi 6 Proର ମୂଲ୍ୟ ୩ଜିବି ରାମ୍ ଓ ୩୨ ଜିବି ଷ୍ଟୋରେଜ ପାଇଁ 999 CNY (ପାଖାପାଖି ୧୦,୪୦୦ ଟଙ୍କା) ରଖିଥିବାବେଳେ ୪ଜିବି ରାମ୍‌ ଓ ୩୨ ଜିବି ଷ୍ଟୋରେଜର ମୂଲ୍ୟ ୧,୧୯୯ CNY (ପାଖାପାଖି ୧୨,୫୦୦ ଟଙ୍କା) ଓ ୪ଜିବି ରାମ୍‌ ଓ ୬୪ଜିବି ଷ୍ଟୋରେଜର ମୂଲ୍ୟ ୧,୨୯୯ CNY (ପ୍ରାୟ ୧୩,୬୦୦ ଟଙ୍କା) ରଖିଛି।

ଚିନ୍‌ରେ ଏହି ଫୋନ୍‌ର ବିକ୍ରି ଆଜିଠାରୁ ଆରମ୍ଭ ହୋଇଛି। ଗ୍ରାହକଙ୍କୁ ଏହି ଫୋନ୍ ବ୍ଲାକ୍‌,ବ୍ଲୁ, ଗୋଲ୍ଡ, ପିଙ୍କ୍ ଓ ରେଡ୍ କଲରରେ ଉପଲବ୍ଧ ହେବ। ଭାରତରେ ଏହାର ବିକ୍ରି କେବେଠାରୁ ଆରମ୍ଭ ହେବ ସେ ନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

Xiaomi-Redmi-6-ProRedmi 6 Proର ସ୍ପେସିଫିକେଶନ୍‌

ଡୁଆଲ ସିମ୍ ସପୋର୍ଟ କରୁଥୁବା Redmi 6 Pro ଆଣ୍ଡ୍ରଏଡ୍ MIUI 9ରେ ଚାଲେ। ଏଥିରେ ୫.୮୪ ଇଞ୍ଚ ଫୁଲ୍ HD+ (1080×2280 ପିକ୍ସେଲ) ଡିସ୍‌ପ୍ଲେ ଦିଆଯାଇଛି। ଏହି ସ୍ମାର୍ଟଫୋନ୍‌ରେ ୩ଜିବି କିମ୍ବା ୪ଜିବି ରାମ୍‌ ଓ Adreno 506 GPU ସହ 2GHZ ଅକ୍ଟା-କୋର ସ୍ନାପଡ୍ରାଗନ୍‌, ୬୨୫ ପ୍ରୋସେସର ଦିଆଯାଇଛି। ଏଥିରେ ଫେସ୍‌ ଅନଲକ୍‌ ମଧ୍ୟ ଦିଆଯାଇଛି।

କ୍ୟାମେରା ସେଟ୍‌ଅପ୍‌ କଥା କହିଲେ Redmi 6 Proରେ ଡୁଆଲ ରିୟର କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏଥିମଧ୍ୟରୁ ପ୍ରଥମଟି ୧୨ ମେଗାପିକ୍ସେଲ ଓ ଦ୍ୱିତୀୟଟି ୫ ମେଗାପିକ୍ସେଲ ରହିଛି। ଏଥିସହ LED ଫ୍ଲାସ୍ ମଧ୍ୟ ଦିଆଯାଇଛି। ଏହାବ୍ୟତୀତ AI ପୋଟ୍ରେଟ୍ ମୋଡ୍ ଓ HDR ସହ ୫ ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି।

ଏହି ସ୍ମାର୍ଟଫୋନ୍‌ର ଇଣ୍ଟରନାଲ ମେମୋରି ୩୨ଜିବି ଓ ୬୪ଜିବି ରହିଛି ଯାହାକୁ ଏସ୍‌ଡି କାର୍ଡ ଜରିଆରେ ୨୫୬ଜିବି ଯାଏଁ ବଢ଼ାଯାଇ ପାରିବ। କନେକ୍ଟିଭିଟି ପାଇଁ ଏଥିରେ 4G VoLTE, Wi-Fi 802.11 a/b/g/n(ଡୁଆଲ ବ୍ରାଣ୍ଡ 2.4GHz, 5GHz), ବ୍ଲୁଟୁଥ୍ v4.2, GPS/ A-GPS, ମାଇକ୍ରୋ-ୟୁଏସ୍‌ବି ଓ ଏକ 3.5mm ହେଡଫୋନ୍‌ ଜ୍ୟାକ୍‌ ଦିଆଯାଇଛି। ଏହାସହ Redmi 6 Proରେ 400mhର ବ୍ୟାଟେରୀ ଦିଆଯାଇଛି।