ୟେମେନ୍: ଆତ୍ମଘାତୀ କାର ବୋମା ବିସ୍ଫୋରଣରେ ଆଦେନ୍ ଗଭର୍ଣ୍ଣର ମୃତ

ସାନା: ୟେମନର ଆଦେନ ସହରର ଗଭର୍ଣ୍ଣର ଜାଫର ମହମ୍ମଦ ସାଦଙ୍କର ରବିବାର ଏକ କାର ବୋମା ବିସ୍ଫୋରଣରେ ମୃତ୍ୟୁ ଘଟିଛି। ଆଇଏସ ଆତଙ୍କବାଦୀମାନେ ତାଙ୍କ କାରରେ ବୋମା ଖଞ୍ଜି ବିସ୍ଫୋରଣ ଘଟାଇ ହତ୍ୟା କରିଥିବା ଦାବି କରିଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ନିକଟରେ ଥିବା ୧୦ରୁ ଅଧିକ କାର ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟ ୯ଜଣ ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରେ ତଦନ୍ତକାରୀ ଦଳ ତଦନ୍ତ ଚଳାଇଛି।