ଜେଏନୟୁରେ ‘ଯୋଗ’ର ଜିତ୍‌, ଆସନ୍ତା ବର୍ଷ ଠାରୁ ପାଠପଢା

ନୂଆଦିଲ୍ଲୀ:ବହୁ ବାଦବିବାଦ ପରେ ଶେଷରେ ଜେଏନୟୁ(ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ)ରେ ଯୋଗ ଶିକ୍ଷାକୁ ସ୍ୱିକୃତୀ ମିଳିଛି। ଆସନ୍ତା ବର୍ଷଠାରୁ  ଜେଏନୟୁ ଦେବ ଯୋଗଶିକ୍ଷା । ଏହା ଏକବର୍ଷିଆ କୋର୍ସ ହୋଇଥିବା ବେଳେ ଆସନ୍ତା ବର୍ଷଠାରୁ ଜେଏନୟୁରେ ଏହି ପାଠ୍ୟକ୍ରମ ଆରମ୍ଭ ହେବ। ଉକ୍ତ ବିଶ୍ୱବିଦ୍ୟାଳୟରେ ଯୋଗ ଶିକ୍ଷା ପ୍ରଚଳନକୁ ନେଇ ବହୁ ବିବାଦ ଦେଖାଦେଇଥିଲା। ଏପରିକି ଏହାକୁ ମଧ୍ୟ ବିରୋଧ କରାଯାଇଥିଲା। ତଥାପି ଗତ ଗୁରୁବାର  ଏହି ପାଠ୍ୟକ୍ରମ ପାଇଁ ଜେଏନୟୁର ଏକାଡେମିକ୍‌ କାଉନ୍‌ସିଲ ପକ୍ଷରୁ ମଞ୍ଜୁରୀ ମିଳିଛି। ଭଗବତ ଗୀତାରେ ଯୋଗର ସ୍ଥାନ , ସ୍ୱାସ୍ଥ୍ୟ ପାଇଁ ଯୋଗର ଉପକାରିତା ଓ  ଯୋଗ ଏବଂ ଆୟୁର୍ବେଦର ସମ୍ପର୍କ ଉପରେ ଶିକ୍ଷାଦାନ କରାଯିବ। ଏଥିପାଇଁ ପିଲାଙ୍କୁ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯିବ।