୫ ବର୍ଷରେ ୭୦ ଲକ୍ଷ ଲୋକଙ୍କୁ ରୋଜଗାର ଦେବେ ଯୋଗୀ ସରକାର

ଲକ୍ଷ୍ମୌ: ଉତ୍ତରପ୍ରଦେଶ ସରକାର ଆସନ୍ତା ୫ ବର୍ଷ ମଧ୍ୟରେ  ୭୦ ଲକ୍ଷ ଲୋକଙ୍କୁ ରୋଜଗାର ଦେବାକୁ ଲକ୍ଷ୍ୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୃତୀୟ  ବିଶ୍ୱ ଯୁବା କୌଶଳ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି, “ୟୁପିରେ ରୋଜଗାର ପାଇଁ ଅନେକ ସୁଯୋଗ ଓ ସମ୍ଭାବନା ରହିଛି। ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟ ସରକାର ୭୦ ଲକ୍ଷ ଲୋକଙ୍କ ରୋଜଗାର ଦେବାକୁ ଲକ୍ଷ୍ୟ ରଖିଛନ୍ତି।”

ସେ ଆହୁରି କହିଛନ୍ତି,“ ଏହି ୭୦ ଲକ୍ଷ ଲୋକଙ୍କ ମଧ୍ୟରୁ ୧୦ ଲକ୍ଷ ଲୋକଙ୍କୁ ବ୍ୟବସାୟିକ ଶିକ୍ଷା ଏବଂ କୌଶଳ ବିକାଶ ବିଭାଗ ମାଧ୍ୟମରେ ରୋଜଗାରର ସୁଯୋଗ ଦିଆଯିବ। ଏହି ଲକ୍ଷ୍ୟ ପୂରଣ କରିବା ପାଇଁ କୃଷି, ଦୁଗ୍ଧ, ଲଘୁ ଉଦ୍ୟୋଗ ଓ ଔଦ୍ୟୋଗିକ ବିକାଶ ଭଳି ବିଭାଗଗୁଡ଼ିକୁ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ପଡ଼ିବ।