ମୁସଲମାନ୍‌ ବଗିଚାରେ ଯୋଗୀ ଆମ୍ବ: ଏବେ ବଜାରକୁ ଆସିବ ସନ୍ଥ ବ୍ରାଣ୍ଡ୍‌

ଲକ୍ଷ୍ନୌ: ଏବେ ବଜାରକୁ ଆସିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ। ଏକ ନୂଆ ରୂପରେ ନୂଆ ରଙ୍ଗରେ। ଦେଶର ସମସ୍ତଙ୍କ ହାତ ପାହାନ୍ତାରେ ମିଳିବେ ଯୋଗୀ ଆଦିତ୍ୟନାଥ। ଆଶ୍ଚର୍ଯ୍ୟ ହେଲେ କି? ହଁ ଆଜ୍ଞା ଏବେ ବଜାରକୁ ଆସିବ ଯୋଗୀ ଆମ୍ବ।

ଉତ୍ତର ପ୍ରଦେଶର ୭୪ ବର୍ଷିୟ ଆମ୍ବ ଚାଷୀ କଲିମୁଲ୍ଲାହାଙ୍କ ବଗିଚାରେ ଫଳିଛି ଏକ ନୂଆ ପ୍ରଜାତିର ଆମ୍ବ। ଯାହାକୁ ସେ ଯୋଗୀ ଆମ୍ବ ନାମରେ ନାମିତ କରିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତାଭ ବଚ୍ଚନ,ଐଶ୍ୱଯ୍ୟା ବଚ୍ଚନ ଓ ସଚିନ ତେନ୍ଦୁଲକର ଭଳି ବିଭିନ୍ନ ସେଲିବ୍ରିଟିଙ୍କ ନାମରେ ନାମିତ ଆମ୍ବ ତାଙ୍କ ବଗିଚାରେ ଫଳିସାରିଛି। କଲିମୁଲ୍ଲାହ୍‌ ମାଙ୍ଗୋମ୍ୟାନ୍‌ ଭାବରେ ସମଗ୍ର ଦେଶରେ ପରିଚିତ। ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ସମ୍ମାନ ପାଇ ସାରିଛନ୍ତି କଲିମ୍‌ଲ୍ଲୁହା। ବିଭିନ୍ନ ପ୍ରଜାତିର ନୂଆ ନୂଆ କଲମି ଆମ୍ବ ଫଳାଇ‍ବାରେ ଓସ୍ତାଦ କଲିମୁଲ୍ଲାହ।

Courtesy: ABP news