ଯୋଗୀଙ୍କୁ ବାପା ଆନନ୍ଦଙ୍କ ଉପଦେଶ- ମୁସଲମାନଙ୍କ ସହ ଭେଦଭାବ କରିବ ନାହିଁ

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ହେବେ ବୋଲି ଗତକାଲି ଘୋଷଣା କରାଯିବା ପରେ ଭାବୁକ ହୋଇଯାଇଛନ୍ତି ଉତ୍ତରାଖଣ୍ଡରେ ରହୁଥିବା ତାଙ୍କ ପରିବାର ଲୋକେ। ଏକ ନ୍ୟୁଜ୍ ଚ୍ୟାନେଲ୍‌କୁ ଦେଇଥିବା ସାକ୍ଷାତକାରରେ ତାଙ୍କ ବାପା ଆନନ୍ଦ ସିଂହ ବିଷ୍ଟ କହିଛନ୍ତି,“ମୁଁ ବହୁତ ଖୁସି। ମୋ ପୁଅ ପାଇଁ ମୁଁ ଗର୍ବ ଅନୁଭବ କରୁଛି। ଛୁଆମାନଙ୍କୁ ସେମାନଙ୍କ ଇଚ୍ଛା ଅନୁଯାୟୀ କାମ କରିବାକୁ ଦେବା ଉଚିତ୍।”

ଏହା ସହିତ ସେ ଯୋଗୀଙ୍କୁ ଉପଦେଶ ମଧ୍ୟ ଦେଇଛନ୍ତି। ସେ ଯୋଗୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି,“ଏବେ ତୁମେ ବଡ଼ ପଦବୀରେ ବସିଛ। କାହାରିକୁ ଖରାପ ବ୍ୟବହାର କରିବ ନାହିଁ। ମୁସ୍‌ଲିମ୍‌ଙ୍କ ସହ ଭେଦ ଭାବ କରିବ ନାହିଁ।”