ଘୋଡ଼ା ଚଢ଼ିବାରୁ ଯୁବକଙ୍କୁ ନିର୍ମମ ହତ୍ୟା

ଅହମ୍ମଦାବାଦ: ଘୋଡ଼ା ଚଢ଼ିବାରୁ ଉଚ୍ଚଜାତିର ଲୋକଙ୍କ ଦ୍ୱାରା ଦଳିତ ଯୁବକଙ୍କୁ ନିର୍ମମ ହତ୍ୟା ଅଭିଯୋଗ । ଘଟଣାଟି ଗୁଜରାଟ ଭାବନଗର ଅଞ୍ଚଳରେ ଘଟିଛି। ଏଠାରେ ଟିମ୍ବି ଗାଁର ୨୧ ବର୍ଷୀୟ ଯୁବକ ପ୍ରଦୀପ ରାଠୋଡଙ୍କୁ ଗୁରୁବାର ରାତିରେ ହତ୍ୟା କରାଯାଇଛି । ପ୍ରଦୀପଙ୍କ ବାପାଙ୍କ ଅଭିଯୋଗ ଅନୁସାରେ କିଛି ଦିନ ତଳେ ପ୍ରଦୀପ ଏକ ଘୋଡ଼ା କିଣିଥିଲେ। ଯାହାକୁ ନେଇ ରାଜପୁତ ସଂପ୍ରଦାୟର କିଛି ଲୋକ ବିରୋଧ କରିଥିଲେ।  ଘୋଡ଼ାକୁ ବିକିଦେବାକୁ ସେମାନେ ପ୍ରଦୀପ ଉପରେ ଚାପ ପକାଉଥିଲେ।  କିନ୍ତୁ ପ୍ରଦୀପ ସେମାନଙ୍କ କଥା ମାନି ନଥିଲେ। ଗୁରୁବାର ଦିନ ନିଜ ଫାର୍ମରୁ ଘରକୁ ଫେରୁଥିବା ବେଳେ ପ୍ରଦୀପଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିଲା। ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।