କଶ୍ମୀରର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମୁସା ନିପାତ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନୀ ଗଣନା ଚାଲିଥିବା ବେଳେ ଏହା ମଧ୍ୟରେ ଜଶ୍ମୀର ଘାଟରେ ସେନାକୁ ସଫଳତା ମିଳିଛି । ଭାରତୀୟ ସେନା ଦକ୍ଷିଣ କଶ୍ମୀରର ତ୍ରାଲରେ ଲୁଚି ରହିଥିବା ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ ଜାକିର ସୁମାକୁ ଏନକାଉଣ୍ଟରେ ନିପାତ କରିଛି ।

ଆତଙ୍କୀ ସଂଗଠନ ଅନସାର୍ ଗଜାୱତ୍ ହିନ୍ଦର ମୁଖ୍ୟ ମୁସାକୁ ସୁରକ୍ଷା ଏଜେନ୍ସି ଦୀର୍ଘଦିନ ହେବ ସନ୍ଧାନ କରୁଥିଲା । କିନ୍ତୁ ଗୁରୁବାର ସନ୍ଧ୍ୟାରେ ପୁଲୱାମାର ତ୍ରାଲରେ ମୁସା ଲୁଚି ରହିଥିବା ଖବର ଭାରତୀୟ ସେନା ଜାଣିବାକୁ ପାଇଥିଲା । ଖବର ପାଇବା ମାତ୍ରକେ ଜମ୍ମୁ-କଶ୍ମୀର ପୁଲିସର ସ୍ପେଶାଲ୍ ଅପରେଶନ୍ ଗ୍ରୁପର ୪୨ ରାଷ୍ଟ୍ରୀୟ ରାଇଫଲ୍ ଏବଂ ସେଣ୍ଟ୍ରାଲ ରିଜର୍ଭ ପୁଲିସ୍ କର୍ମୀର ଯବାନ ଏଠାରେ ସର୍ଚ୍ଚ ଅପରେଶନ୍ ଆରମ୍ଭ କରି ଦେଇଥିଲେ ।

ସୁରକ୍ଷାକର୍ମୀ ମୁସାର ଠିକଣା ସ୍ଥଳକୁ ଘେରି ତାକୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସୁରକ୍ଷାକର୍ମୀଙ୍କୁ ନିର୍ଦ୍ଦେଶ ଅବମାନନା କରି ମୁସା ଅଧିକାରୀଙ୍କ ଉପରେ ଗ୍ରେନେଡ୍ ମାଡ଼ କରି ଖସି ପଳାଇବାକୁ ଚେଷ୍ଟା କରିଥିଲା । ଏହା ପରେ ସେନା କାଉଣ୍ଟର ଅପରେଶନ୍ ଆରମ୍ଭ କରି ଉକ୍ତ ଅଞ୍ଚଳକୁ ଘେରାବନ୍ଦି କରିଥିଲା ଏବଂ ମୁସାକୁ ତା’ ନିଜ ଆଡ୍ଡାସ୍ଥଳୀରେ ନିପାତ କରିଥିଲା । ଏହାର ପ୍ରଭାବରେ ଶୁକ୍ରବାର କଶ୍ମୀରର ସବୁ ସ୍କୁଲ ଓ କଲେଜକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।