ଅନୁପସ୍ଥିତ ରହୁଥିବା ୬୧୩ ଡାକ୍ତରଙ୍କୁ ନୋଟିସ୍

ଭୁବନେଶ୍ୱର: ଦୀର୍ଘଦିନ ହେବ କାର୍ଯ୍ୟକ୍ଷେତ୍ରରେ ଅନୁପସ୍ଥିତ ଥିବା ୬୧୩ ଡାକ୍ତରଙ୍କୁ କାରଣ ଦର୍ଶାଅ ନାଟିସ ଜାରି କରାଯାଇଛି । ଏହି ଡାକ୍ତରମାନେ ଦୀର୍ଘଦିନ ହେବ ଅନୁପସ୍ଥିତ ଥିଲେ ମଧ୍ୟ ସରକାରଙ୍କ ପାଖରେ ସେମାନଙ୍କ ବିଷୟରେ କୌଣସି ସୂଚନା ନାହିଁ । ଫଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏମାନଙ୍କୁ ଖୋଜିବା ପାଇଁ ବିଜ୍ଞାପନ ଜାରି କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସଚୀ ନାୟକ କହିଛନ୍ତି । ୨ଦିନ ମଧ୍ୟରେ ୩୭୦ ଆଡହକ ଡାକ୍ତର ନିଯୁକି ପାଇବେ । କାର୍ଯ୍ୟରେ ଯୋଗଦେଇ ନ ଥିବା ୬୭ଜଣ ଡାକ୍ତରଙ୍କୁ ପୂର୍ବରୁ ବହିଷ୍କାର କରାଯାଇଥିବା ସେ ପ୍ରକାଶ କରିଛନ୍ତି ।