ଅବକ୍ଷୟ ହେଉଛି ସୁବର୍ଣ୍ଣମୂର୍ତ୍ତି,ମା’ଲକ୍ଷ୍ମୀଙ୍କର ହେବ ନବକଳେବର

ପୁରୀ:ମହାପ୍ରଭୁଙ୍କ ସହ ମା’ଲକ୍ଷ୍ମୀ ତଥା ଶ୍ରୀଦେବୀଙ୍କର ବି ହେବ ନବକଳେବର। କାରଣ ବର୍ତ୍ତମାନ ପୂଜା ପାଉଥିବା ମା’ଙ୍କ ସୁବର୍ଣ୍ଣମୂର୍ତ୍ତିର କିଛି ସ୍ଥାନରେ ଅବକ୍ଷୟ ଦେଖାଦେଇଥିବାରୁ ତାଙ୍କର ମଧ୍ୟ ନବକଳେବର ହେବାର ଆବଶ୍ୟକତା ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଏ ସଂପର୍କରେ ଗଜପତି ମହାରାଜାଙ୍କ ପରାମର୍ଶକ୍ରମେ ମା’ଙ୍କ ନବକଳେବରର ଆବଶ୍ୟକତା ରହିଥିବା ମନ୍ଦିର ପ୍ରଶାସନ କହିଛି। ତେବେ ଗଜପତିଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ବସିବ। ଏଥିରେ ମହାଜନ ଓ ପୁଷ୍ପାଳକ ନିଯୋଗ, ଦଇତାପତି ନିଯୋଗ, ମୁକ୍ତିମଣ୍ଡପ ପଣ୍ଡିତ ମହାସଭାଙ୍କ ମତ ନିଆଯିବା ପରେ ମା’ଙ୍କ ନବକଳେବର ନେଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି।