ଆଜି ଓଡ଼ିଆ ନବବର୍ଷ ଓ ମହା ବିଷୁବ ସଂକ୍ରାନ୍ତି

ଭୁବନେଶ୍ୱର: ଆଜି ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନୂଆ ବର୍ଷ । ପରମ୍ପରା ଅନୁଯାୟୀ ଓଡ଼ିଶାର ପୁରପଲ୍ଲୀରେ ଆଜି ପଣା ସଂକ୍ରାନ୍ତି ମହାସମାରୋହରେ ପାଳନ କରାଯାଉଛି । ଏହି ଅବସରରେ ବୃନ୍ଦାବତୀଙ୍କ ନିକଟରେ ଗବଡାଳ ପୋତାଯାଇ ଘଡି ବସାଯିବାର ପରମ୍ପାରା ରହିଛି । ଓଡ଼ିଆ ନୂଆବର୍ଷ ପାଳନ ଲାଗି ବିଭିନ୍ନ ସଂସ୍ଥା ଓ ସଂଗଠନଙ୍କ ତରଫରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସେପଟେ ଆଜିଠାରୁ ମଧ୍ୟ ନୂଆ ପାଞ୍ଜି ପ୍ରଚଳନ କରାଯାଇଥାଏ । ଓଡ଼ିଆ ନୂଆବର୍ଷରେ ନୂଆପାଞ୍ଚି ପ୍ରଚଳନ ଏକ ସ୍ୱତନ୍ତ୍ର ପରମ୍ପରା । ଏହାସହ ଆଜିଠାରୁ ସୂର୍ଯ୍ୟଙ୍କର ବିଷୁବରେଖା ଅବସ୍ଥାନ ସହ ୧୨ଟି ରାଶିର ଚଳନ ଆରମ୍ଭ ହୁଏ । ସେପଟେ ଓଡ଼ିଶାବାସୀଙ୍କୁ ଟ୍ୱିଟରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି ।

ଆହୁରି ପଢ଼ନ୍ତୁ

‘ଦେଶର ଉର୍ଜା ସୁରକ୍ଷା ବିକାଶରେ ଆତ୍ମନିର୍ଭର ଭାରତର ବଡ଼ ଭୂମିକା ରହିବ’

ବିରୋଧ ସତ୍ତ୍ୱେ ଆସନ୍ତାକାଲି ପାରିତ ହୋଇପାରେ ବିଶ୍ୱବିଦ୍ୟାଳୟ ବିଲ୍ !

କ୍ୟାନସର ପୀଡ଼ିତାଙ୍କ ଆଖିର ଲୁହ ପୋଛିଲେ ରାନୀ

ନିର୍ବାଚନୀ ସଭାକୁ ଅନୁମତି, ଡୋର୍ କ୍ୟାମ୍ପେନିଂରେ ସର୍ବାଧିକ ୫ ଜଣ

ଗାନ୍ଧି ଜୟନ୍ତୀରୁ ଗାଁ ଗାଁ ବୁଲି ମାସ୍କ ବାଣ୍ଟିବେ ବିଜେଡି ବିଧାୟକ

ବିଦ୍ୟୁତଦର ବୃଦ୍ଧି ପ୍ରତ୍ୟାହାର ନକଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

ଆରୋଗ୍ୟ ହେଲେ ୩୮୯୬ କରୋନା ଆକ୍ରାନ୍ତ; ଆଗରେ ରହିଛି ଖୋର୍ଦ୍ଧା

‘ଓଟିଭି’ ବିରୋଧରେ ଉଡ଼ା ଖବର ପ୍ରସାରଣ କରୁଛନ୍ତି ସରକାରୀ ପ୍ରୋତ୍ସାହିତ ଚାନେଲ

ସଂକ୍ରମଣ କମୁଛି ନା ବଢୁଛି ?

ବୟସ୍କ ଓ ଦିବ୍ୟାଙ୍ଗ ଦେବେ ପୋଷ୍ଟାଲ ବାଲାଟରେ ଭୋଟ୍‌

ବିଧାନସଭା ଆସିଲେନି ମୁଖ୍ୟମନ୍ତ୍ରୀ, ଗୃହରେ ଉପସ୍ଥାପିତ ହେଲା ୭ଟି ବିଲ୍‌

ଭୁବନେଶ୍ୱରରୁ ୩୨୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୫୬ ଲୋକାଲ କେସ