ଆରମ୍ଭ ହେବ ବିଜୁ ବାଳ ବିକାଶ ଯୋଜନା

ଭୁବନେଶ୍ୱର: ରାଜ୍ୟ ସରକାର ଆରମ୍ଭ କରିବେ ବିଜୁ ବାଳ ବିକାଶ ଯୋଜନା। ଏହାର ଲକ୍ଷ୍ୟ, ଅନାଥ ଓ ନିରାଶ୍ରୟ ଶିଶୁଙ୍କ ଥଇଥାନ। ଏଥିସହ ଭିନ୍ନକ୍ଷମଙ୍କ ପାଇଁ ନୂଆ କରି ଗଠନ କରାଯାଇଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ଆସନ୍ତା ଜୁଲାଇ ପହିଲାରୁ କାର୍ଯ୍ୟ କରିବ। ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ସମୀକ୍ଷା ଅବସରରେ ଏ ନିଷ୍ପତ୍ତି ହୋଇଛି। ଏଥିସହ ବିଭିନ୍ନ ପ୍ରକାର ଭତ୍ତା, ଏଥର ପଞ୍ଚାୟତ ହେଡକ୍ୱାର୍ଟରରେ କ୍ୟାସ୍ରେ ଦିଆଯିବ।