ଜେଇଇ ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ୱର:ଇଞ୍ଜିନିୟରିଂ ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇର ମୁଖ୍ୟ ପରୀକ୍ଷା ଫଳ ପ୍ରକାଶତ  । ଜେଇଇ ମେନ୍ ୱେବସାଇଟରେ ଏହି ପରୀକ୍ଷା ଫଳ ଉପଲବ୍ଧ ହୋଇଛି । ସିବିଏସଇ ଦ୍ୱାରା ପରିଚାଳିତ ଏହି ପ୍ରବେଶିକା ପାଇଁ ଗତ ଏପ୍ରିଲ ୪ ତାରିଖରେ ହୋଇଥିଲା ପରୀକ୍ଷା । ଓଡ଼ିଶାରୁ ପ୍ରାୟ ୫୦ହଜାର ପରୀକ୍ଷାର୍ଥୀ ଏଥର ଦେଇଥିଲେ ଏହି ପ୍ରବେଶିକା ପରୀକ୍ଷା ।  ସାରାଦେଶରେ ୧୩ ଲକ୍ଷ ୫୦ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ଛାତ୍ରଛାତ୍ରୀ କେତେ ମାର୍କ ରହିଛନ୍ତି ତାହା ମଧ୍ୟ ଜଣାପଡିବ । ତେବେ ଏଣ୍ଟ୍ରାସର ମାର୍କ ଓ ଯୁକ୍ତ ଦୁଇ ମାର୍କ ମିଶି ରାଙ୍କିଙ୍ଗ୍ କାର୍ଡ ବାହାରିବ । ଜେଇଇ ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରଥମ ଦେଢ ଲକ୍ଷ ପିଲାଙ୍କୁ ଜେଇଇ ଆଡଭାନ୍ସ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହେବ । ଜେଇଇ ଆଡଭାନ୍ସ ପରୀକ୍ଷାରେ ଭଲ ରାଙ୍କ୍ ରଖିଥିବା ପିଲାଙ୍କୁ ଆଇଆଇଟିରେ ନାମ ଲେଖାଇବାର ସୁଯୋଗ ମିଳିବ। କେବଳ ଆଇଆଇଟି ବ୍ୟତୀତ ଦେଶର ସମସ୍ତ ଏନଆଇଟି, ଟ୍ରିପିଲ ଆଇଟି ଭଳି ଜାତୀୟସ୍ତରର ଶିକ୍ଷାନୁଷ୍ଠାନ ସାଙ୍ଗକୁ ସରକାରୀ ଓ ବେସରକାରୀ ଇଂଞ୍ଜିନିୟରିଂ କଲେଜରେ ଆଡମିଶନ କରିବାରକୁ ହେଲେ  ଜେଇଇ ମେନରେ ଯୋଗ୍ୟ ବିବେଜିତ ହେବା ଜରୁରୀ। ରାଜ୍ୟର ରାଙ୍କ୍ ଅନୁସାରେ ସାରାଦେଶର ଥିବା ଇଂଞ୍ଜିୟନିରିଂ କଲେଜରେ ଆଡମିଶନ କରିବାର ସୁଯୋଗ ମିଳିବ।