ଏ ବର୍ଷ ହେବନି ଶୀତଳଷଷ୍ଠୀ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ମିଳିଲା ନାହିଁ ଅନୁମତି। କରୋନା ଯୋଗୁ ଲକ୍‌ଡାଉନ୍ ଚାଲୁଥିବାରୁ ବିଏମସି କମିଶନର୍ ଅନୁମତି ଦେଇନଥିବା ଜଣାପଡ଼ିଛି। ଏହାକୁ ନେଇ ସେବାୟତ ମହଲରେ ଅସନ୍ତୋଷ ଦେଖାଦେଇଛି। ମନ୍ଦିର କାର୍ଯ୍ୟାଳୟରେ ୪ ନିଯୋଗ ସହ ବିଏମସି ଅତିରିକ୍ତ କମିଶନରଙ୍କ ଆଲୋଚନ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ।

ଅନ୍ୟପକ୍ଷରେ ସେବାୟତମାନେ ପରମ୍ପରା ରକ୍ଷା କରାଯାଉ ବୋଲି ଦାବି କରିଛନ୍ତି। ଏଥିପାଇଁ ୪ ନିଯୋଗ ସେମାନେ ବିଏମ୍ସି କମିଶନର୍ ଓ ଡିସିପିଙ୍କୁ ଭେଟିବେ ବୋଲି କହିଛନ୍ତି।। ଆସନ୍ତା ୨୭ ତାରିଖରେ ଶୀତଳଷଷ୍ଠୀ ଯାତ୍ରା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।