କୋରାପୁଟରେ ଆତ୍ମସମର୍ପଣ କଲେ ତିନି ଆର୍ମଡ କ୍ୟାଡର ମାଓବାଦୀ

କୋରାପୁଟ: ଆଜି କୋରାପୁଟ ଠାରେ ୩  ଆର୍ମଡ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଲଛମା ପାଶ୍କା, ସପାଇ ମଣିଆକ୍କା ଓରଫ ତୁଳସୀ , ତଲାସା ୱେଟାକା ଓରଫ ଗୀତା ।

uvs150518-002ଆତ୍ମସମର୍ପଣ କରିଥିବା ତିନି ମାଓବାଦୀ କୋରାପୁଟ ଡିଭିଜନର ନାରାୟଣପାଟଣାର ସଦସ୍ୟ ଥିଲେ। ସେମାନଙ୍କ ପାଇଁ ଓଡ଼ିଶା ସରକାର ୧ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିଲେ। ଆଜି ଏହି ତିନି ମାଓବାଦୀ ଦକ୍ଷୀଣାଞ୍ଚଳ ଆଇଜି ଯଶବନ୍ତ ଜେଠୱାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।