କୋରାପୁଟରେ ସିଆରପିଏଫ ଡିଜି: ମାଓ ସ୍ଥିତି ନେଇ କରିବେ ଆଲୋଚନା

ଜୟପୁର: ସିଆରପିଏଫ ଡିଜି ପ୍ରକାଶ ମିଶ୍ର ବୁଧବାର ମାଓବାଦୀ ପ୍ରବଣ କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି । ସେଠାରେ ସେ ସୁନାବେଡା ନିକଟସ୍ଥ ୨୦୨ କୋବ୍ରା ବାଟାଲିୟନର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଏହାସହ ସ୍ଥାନୀୟ ସିଆରପିଏଫ ଅଧିକାରୀଙ୍କ ସହ ସେ ମାଓ ସ୍ଥିତି ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସିଆରପିଏଫଙ୍କ ରହଣୀ ସ୍ଥଳ, ସୁଇମିଂ ପୁଲ୍, ଆଡମେନିଷ୍ଟେଟିଭ ବ୍ଲକର ନୂତନ କୋଠା ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।