ଖଣ୍ଡପଡ଼ା ଫ।ୟାରମ୍ୟାନ ହତ୍ୟା ଘଟଣା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ନୟାଗଡ: ବହୁ ଚର୍ଚ୍ଚିତ ଖଣ୍ଡପଡ଼ା ଅଗ୍ନିଶମ କେନ୍ଦ୍ରର ଫ।ୟାରମ୍ୟାନ ବିକାଶ କଳସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି। ନୟାଗଡ଼ ଜିଲ୍ଲା ଅତିରିକ୍ତ ସେସନ୍ସ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ ବିକାଶଙ୍କ ବାଲ୍ୟବନ୍ଧୁ ହେମନ୍ତ ଭୋଇଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଏହି ଦଣ୍ଡାଦେଶ ଦେଇଛନ୍ତି। ତେବେ ପ୍ରମାଣ ଅଭାବରୁ ଅନ୍ୟ ୨ ଜଣ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି। ଏକ ପ୍ରେମ ବ୍ୟାପାରକୁ ନେଇ ୨୦୧୩ ଅଗଷ୍ଟ ୧୧ ତାରିଖରେ ହେମନ୍ତ, ବିକାଶଙ୍କୁ ଡାକି ନେଇ ଅତି ନିର୍ମମ ଭାବେ ହତ୍ୟା କରିଥିଲା।