ଚାଲିଛି ଶଗଡି ପ୍ରସ୍ତୁତି,ଆସନ୍ତା କାଲି ଶ୍ରୀମନ୍ଦିର ଯାଇପାରେ ଦାରୁ

ଭୁବନେଶ୍ୱର: ଶ୍ରୀ ସୁଦର୍ଶନଙ୍କ ଦାରୁଛେଦନ କାର୍ଯ୍ୟ ପରେ ଏବେ ଚଉପଟ ପ୍ରକ୍ରିୟା କାର୍ଯ୍ୟ ଶେଷ ପ୍ରୟ୍ୟାୟରେ ପହଞ୍ଚିଛି। ଶ୍ରୀସୁଦର୍ଶନଙ୍କର ଦାରୁକୁ ଶ୍ରୀମନ୍ଦିର ଅଭିମୁଖେ ନେବା ପାଇଁ ବର ଓ ତେନ୍ତୁଳି କାଠରେ ସ୍ୱତନ୍ତ୍ର ଶଗଡିର ନିର୍ମାଣ କାର୍ଯ୍ୟମଧ୍ୟ ଜୋରସୋରରେ ଚାଲିଛି। ଆସନ୍ତାଲି ସୁଦ୍ଧା ଶଗଡି କାମ ଶେଷ ହେବାପରେ ଚଊପଟଦାରୁକୁ ପାଟ୍ଟବସ୍ତ୍ର ବେଢାଇ ଶ୍ରୀମନ୍ଦିରକୁ ନିଆଯିବାର  ଯୋଜନା ରହିଛି।

ଏହାପରେ ଦଇତାପତି ଓ ବ୍ରହ୍ମାଣମାନେ ଶ୍ରୀ ବଳଭଦ୍ରଙ୍କ ଦାରୁ ଠାବ ହୋଇଥିବା ଝଙ୍କଡ ପୀଠକୁ ଯାତ୍ରା କରିବେ । ଦାରୁ ଘେଷଣା ପରଠାରୁ ଏର୍ଯ୍ୟନ୍ତ ଭୁବନେଶ୍ୱର ଉପକଣ୍ଠ ଗଡକଣ୍ଟୁଣିଆରେ ଲାଗି ରହିଛି ଭକ୍ତିମୟ ପରିବେଶ। ଦାରୁ ଦେବତାଙ୍କ ଏହି ଲୀଲା ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଳାଗି ରହିଛି।

ସୂଚନାଯୋଗ୍ୟଯେ,  ଶୁକ୍ରବାର ରାତି ୯ଟାରେ ୨ ମିନିଟରେ ସୁଦର୍ଶନଙ୍କ ଦାରୁ ଭୂମିଷ୍ଠ ହୋଇଥିଲା। ପରମ୍ପରା ଅନୁଯାଇ ଐଶାନ୍ୟ କୋଣରୁ ହିଁ ଦାରୁ ଭୁପତିତ ହୋଇଥିଲା । ଦୁଇଦିନ ଧରି ଚାଲିଥିବା ଯଜ୍ଞରେ ପୂର୍ଣ୍ଣାହୂତି ପରେ ଦାରୁ ଛେଦନ କାର୍ଯ୍ୟ ଆରମ୍ଭ ହୋଇଥିଲା ।

୫ଘଣ୍ଟା ର ଛେଦନ ପରେ ଭୂମିଷ୍ଠ ହୋଇଥିଲା ଶ୍ରୀ ସୁଦର୍ଶନଙ୍କ ଦାରୁ। ସେପଟେ ଦାରୁ ଭୂମିଷ୍ଠ ହେବାପରେ ଏହାର ଡାଳ ଓ ପତ୍ରକୁ ଏକ ସ୍ୱତନ୍ତ୍ର ଗାତରେ ପୋତି ଦିଆଯାଇଛି । ପୂର୍ଣ୍ଣାହୂତି ପରେ ପ୍ରଥମେ ବିଦ୍ୟାପତିଙ୍କ ସୁନା କୁରାଢି ଓ ତା’ ପରେ ବିସ୍ୱାବସୁଙ୍କ ରୂପା କୁରାଢି ଛୁଆଁଯାଇଥିଲା।ଏହାପରେ ମହାରଣା ସେବାୟତଙ୍କ ଦ୍ୱାରା ଲୁହା କୁରାଢିରେ ଦାରୁଛେଦନ ଆରମ୍ଭ କରିଥିଲେ।