ଡେକାନ କ୍ରୋନିକାଲ ଉପାଧ୍ୟକ୍ଷ ପିକେ ଆୟାର ରହୁଥିବା ହୋଟେଲ ନାମରେ ମାମଲା

ଭୁବନେଶ୍ୱର: ଡେକାନ କ୍ରୋନିକଲ ଉପାଧ୍ୟକ୍ଷ ପି. କେ. ଆୟାର ଗିରଫ ହେବା ଘଟଣାରେ ସେ ରହୁଥିବା ହୋଟେଲ ବିରୋଧରେ ମାମଲା ରୁଜୁ କଲା କମିଶନରେଟ ପୋଲିସ । ପୋଲିସକୁ ଏହି ବିଷୟରେ ସୂଚନା ଦେଇ ନ ଥିବାରୁ ହୋଟେଲ ବିରୋଧରେ ମାମାଲା ରୁଜୁ କରିଥିବା ଡିସିପି କହିଛନ୍ତି । ଅନେକ ଦିନ ଧରି ସେ ଛଦ୍ମ ନାଁରେ ହୋଟେଲରେ ରହିଆସୁଥିଲେ । ଆୟାରଙ୍କୁ ଗତ ଶୁକ୍ରବାର ରାତିରେ ଭୁବନେଶ୍ୱରର ଏକ ହୋଟେଲରୁ କମିଶନରେଟ ପୋଲିସ ଗିରଫ କରିଥିଲା । ପରେ ସିବିଆଇର ବ୍ୟାଙ୍କିଙ୍ଗ ସିକ୍ୟୁରିଟି ଫ୍ରଡ୍ ସେଲ୍ ତାଙ୍କୁ ରିମାଣ୍ଡରେ ନେଇଛି । ଆୟାରଙ୍କ ନାଁରେ ୩୫୦ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି ।