ପାରଦ ଚଢିଲା:୪ ଜିଲ୍ଲାରେ ୪୩ ଡିଗ୍ରୀ

ଭୁବନେଶ୍ୱର:କିଛିଦିନର ବ୍ୟବଧାନରେ ପୁଣି ରାଜ୍ୟରେ ବୃଦ୍ଧି ପାଇଛି ତାପମାତ୍ରା । ତତଲା ତାୱାରେ ଭାଜି ହେଉଛନ୍ତି ରାଜ୍ୟବାସୀ। ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଆଜି ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଛି।

ଅନ୍ୟପକ୍ଷରେ ସମ୍ବଲପୁର,ଅନଗୁଳ,ଟିଟିଲାଗଡ ଓ ଝାରସୁଗୁଡାର ତାପମାତ୍ରା ୩୪ ଡିଗ୍ରୀ ଛୁଇଁଛି । ଏହି ତାତି ଆସନ୍ତା ୨୨ ତାରିଖ ଯାଏ ବଳବତ୍ତର ରହିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଭାଗ। ମେଘ ମୁକ୍ତ ଆକାଶ ଯୋଗୁ ଏହି ତାତି ବଢିଛି।

ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯାଜପୁର ଓ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବାବେଳେ ଉପକୂଳ ଓଡ଼ିଶାରେ କାଳବୈଶାଖୀର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗସୂଚନା ଦେଇଛି।