ତାପମାତ୍ରା ସାମାନ୍ୟ କମିବ,ହେଲେ ୩୧ ଯାଏଁ ଜାରି ରହିବ ତାତି

ଭୁବନେଶ୍ୱର: ଅସହ୍ୟ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ଉପକୂଳ ଓଡିଶାରେ ତାପମାତ୍ରା ୪୦ ଡିଗ୍ରୀ ମଧ୍ୟରେ ରହିବା ସହ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୪୫ ଡିଗ୍ରୀ ଭିତରେ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ସାହୁ ସୂଚନା ଦେଇଛନ୍ତି। ତେବେ ୩୧ ତାରିଖ ଯାଏଁ ଏଭଳି ପାଗ ରହିବ ଏବଂ ୩୧ ପରେ ପାଗରେ ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଛି। ଗତକାଲି ରାଜ୍ୟର ୮ଟି ସହରର ତାପମାତ୍ରା ୪୫ ଡିଗ୍ରୀ ରହିଥିବା ବେଳେ ଏଥିରୁ ୭ଟି ସହର ଥିଲା ପଶ୍ଚିମ ଓଡିଶାର।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।