ତୈଳ ଦର ବୃଦ୍ଧି ପ୍ରତିବାଦରେ ସିପିଆଇଏମର ବିକ୍ଷୋଭ

ଭଦ୍ରକ: ତୈଳ ଦର ବୃଦ୍ଧି ପ୍ରତିବାଦରେ ମଙ୍ଗଳବାର ସିପିଆଇଏମ୍ ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦଳୀୟ କର୍ମୀମାନେ ବନ୍ତ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ନିରଞ୍ଜନ ପାଣିଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶିଷ୍ଟ ଶ୍ରମିକ ନେତା ଦିବ୍ୟସିଂହ ନାୟକ, ସିପିଆଇଏମର ଜିଲ୍ଲା ସଂପାଦକ ଚନ୍ଦ୍ରଶେଖର ନାୟକ, ଆଡଭୋକେଟ୍ ରାଧା ଦାସ, ଗିରିଧାରୀ ନାଥ, ପ୍ରଫୁଲ ପାଢ଼ୀ ପ୍ରମୁଖ ଉଦବୋଧନ ଦେଇ ତୈଳ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନ କରିଥିଲେ। ତୈଳ ଦର ବୃଦ୍ଧି ପ୍ରତ୍ୟାହାର କରା ନଗଲେ ଦଳ ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଭାରେ ଚେତାବନୀ ଦିଆଯାଇଥିଲା। ପରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।

ଆହୁରି ପଢ଼ନ୍ତୁ

୫ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି

ବେଡ୍‌ ମିଳିଲାନି ବୋଲି…

ସ୍ୱର୍ଗଦ୍ୱାରରେ ମୃତଦେହ ପହଞ୍ଚିବା ପରେ ରିପୋର୍ଟ ଆସିଲା କରୋନା ପଜିଟିଭ୍‌, ଶବ ନେଇଗଲେ ହସ୍ପିଟାଲ୍ କର୍ତ୍ତୃପକ୍ଷ

ବୋହୂର ପିଲାପିଲି ପାଇଁ ୭ ବର୍ଷର ଶିଶୁକୁ ବଳି

ବିଜେଡିର ବିରୋଧ ପଛରେ ରହିଛି ସିବିଆଇ ରେଡ୍‌: ସୁରେଶ ପୂଜାରୀଙ୍କ ଚାଞ୍ଚଲ୍ୟକର ବୟାନ

କଥା ଦେଇ କଥା ରଖିଲେ, ନମିତାଙ୍କୁ ଜଗନ୍ନାଥ ଭଜନ ଗାଇବାର ସୁଯୋଗ ଦେଲେ ବର୍ଷା

କାହିଁକି ଦ୍ରୁତ ବେଗରେ ବଢ଼ୁଛି ସଂକ୍ରମଣ, ଏମିତି ଆଶଙ୍କା କଲେ ବିଷେଶଜ୍ଞ

ଅଧଘଣ୍ଟାଏରେ କୋଭିଡ୍ ଟେଷ୍ଟ୍ , ଟାଟା ତିଆରି କଲା କିଟ୍‌

ପାଲଲହଡ଼ା ବିଧାୟକଙ୍କୁ କରୋନା

ଟିଏମ୍‌ସି ଟଙ୍କା ନ ପାଇ ତିନି ଦିନ ହେଲେ ଧାରଣାରେ ବସିଛନ୍ତି ସରପଞ୍ଚ

କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଆଉ ୧୦ ଜଣଙ୍କ ଜୀବନ ଗଲା, ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୦୦ ଟପିଲା