ନର କଙ୍କାଳ ଉଦ୍ଧାର ମାମଲା;୧୧ ଗିରଫ

ବ୍ରହ୍ମପୁର: ଆସ୍କା ଚିନିକଳରୁ ନରକଙ୍କାଳ ଉଦ୍ଧାର ମାମଲାରେ ଜଣେ ମହିଳାଙ୍କ ସମେତ ୧୦ଜଣଙ୍କୁ ଗିରଫ କରିଛି ଗଞ୍ଜାମ ପୋଲିସ। ଏପ୍ରିଲ ୧୦ରେ ଆସିକା ଚିନିକଳର ବର୍ଜ୍ୟବସ୍ତୁ ନିଷ୍କାସିତ ହେଉଥିବା ନାଳରୁ ଦୁଇଟି ନର କଙ୍କାଳ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଥିବା ନରକଙ୍କାଳର ପରିଚୟ ମିଳିଛି ।

ସେମାନେ ହେଲେ କେ.ଶିବଶଙ୍କର ଦୋରା ଏବଂ ତାଙ୍କ ପୁତୁରା ଦିଗାମ୍ବର ଦୋରା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେମାନଙ୍କୁ ହତ୍ୟା କରାଯାଇ ଦୁର୍ବୃତ୍ତମାନେ ଫିଙ୍ଗି ଦେଇଥିବା ପୋଲିସ ସୂଚନା ଦେଇଛି।skeleton

ହନୁମାନ ପଇସା କାରବାର ସନେ୍ଦହରେ ସେମାନଙ୍କୁ ହତ୍ୟା କରାଯାଇଥିବା ଗଞ୍ଚାମ ଏସପି କହିଛନ୍ତି।ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତ ଭିକାରୀ ସାହୁ ଏବଂ ସୁନୀଲ ନାହାକଙ୍କୁ ଗିରଫ କରାଯାଇଥିବା ବେଳେ ଏଥିରେ ଆହୁାରୀ ୧୩ ଜଣ ସମ୍ପୃକ୍ତ ଥିବା ପୋଲିସ କହିଛି ।