ନିୟମଗିରି ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀ ଗୁଳିବିନିମୟ: ମହିଳା ମାଓବାଦୀ ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ନିୟମଗିରି ଜଙ୍ଗଲରେ ଗତକାଲି ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଗୁଳି ବିନିମୟରେ ଜଣେ କ୍ୟାଡର୍‌ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ଗୋଟିଏ ଇନ୍‌ସାସ୍‌, ଏସ୍‌ଏଲ୍‌ଆର୍‌ ରାଇଫଲ୍‌ ସହ ୨ଟି ବନ୍ଧୁକ ଜବତ କରାଯାଇଛି।