ପସ୍କୋ ପାଇଁ ସରକାରଙ୍କର ଆନ୍ତରିକତା ନାହିଁ: ବିଜୟ

ଭୁବନେଶ୍ୱର: ପସ୍କୋ ପ୍ରକଳ୍ପ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ମତ ରଖିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ସେ ଅଭିଯୋଗ କରିଛନ୍ତିଯେ, ପ୍ରକଳ୍ପ ଳାଗି ସରକାରଙ୍କର ଆନ୍ତରିକତା ନାହିଁ। ଏନେଇ ଶିଳ୍ପମନ୍ତ୍ରୀ ଓ ଖଣି ମନ୍ତ୍ରୀଙ୍କ ବୟାନ ମଧ୍ୟ ବିଭ୍ରାନ୍ତିକର ବୋଲି ସେ କହିଛନ୍ତି। କ୍ୟାବିନେଟ ଡାକି ସରକାର ସ୍ପଷ୍ଟ ନୀତି ଘୋଷଣା କରନ୍ତୁ। ସରକାର ପସ୍କୋ ପାଇଁ କ’ଣ କରିଛନ୍ତି ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଥିଲେ।