ପାନ ଦୋକାନୀଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ

ଭୁବନେଶ୍ୱର: ଭୁବନେଶ୍ୱର ବାଣିବିହାର ଛକରେ ପାନ ଦୋକାନୀଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଅଭିଯୋଗ । କଥା କଥାକେ ବହାରୁଛି ବନ୍ଧୁକ।ଫୁଟୁଛି ଗୁଳି। ଯାଉଛି ଜୀବନ। ଗତକାଲି ରାତି ପ୍ରାୟ ୯ଟା ବେଳେ ଜଣେ ଦୁବୃର୍ତ୍ତ ବାଣିବିହାର ଛକରେ ଜଣେ ପାନ ଦୋକାନୀଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିଲା। ବାଇକରେ ଆସିଥିବା ଏହି ଯୁବକ ଜଣକ ପାନ ଦୋକାନୀ ଅରୁଣ ବିଶ୍ୱାଳଙ୍କ ବେକରେ ବନ୍ଧୁକ ଲଗାଇ ଦେଇଥିବା ସେ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ପରେ ଘଟଣାସ୍ଥଳରେ ସାଧାରଣ ଲୋକେ ଜମା ହୋଇଯିବାରୁ ଦୁବୃର୍ତ୍ତ ଜଣକ ବନ୍ଧୁକ ଛାଡ଼ି ସେଠାରୁ ପଳାଇ ଯାଇଥିଲା। ପୋଲିସ ଏହାକୁ ଜବତ କରି ଘଟଣାର ତଦନ୍ତ କରୁଛି।