ପାଲଲହଡା: ବିବାହ ଭୋଜିରୁ ଫେରୁଥିବା ବୋଲେରୋ ଦୁର୍ଘଟଣା, ୫ ମୃତ

ପାଲଲହଡା: ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ଜଣଙ୍କର ମୃତ୍ୟୁ ଘଟିଛି।ଏହି ଦୁର୍ଘଟଣାରେ ଅନ୍ୟ ଦୁଇଜଣ ଆହତ ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ମୃତକମାନେ ଅନୁଗୋଳ ଜିଲ୍ଲା ଖମାର ଡାକ୍ତରଖାନାର କର୍ମଚାରୀମାନେ। ମୃତକଙ୍କ ମଧ୍ୟରେ ଖମାର ହସ୍ପିଟାଲର ଜଣେ ଆୟୁଷ ଡାକ୍ତର ଅଛନ୍ତି।ମୃତକ ଓ ଆହତମାନେ ଢେଙ୍କାନାଳରୁ ଏକ ବିବାହ ଭୋଜିରେ ଯୋଗଦେଇ ଏକ ବୋଲେରୋରେ ଖମାର ଫେରୁଥିବା ବେଳେ ଅନୁଗୁଳ ଜିଲ୍ଲା ପାଲଲହଲଡ଼ା ବ୍ଲକ ଅନ୍ତର୍ଗତ ୧୪ ନମ୍ୱର ଜାତୀୟ ରାଜପଥର ନୁଥୁରୁପଶି ଛକରେ ଛିଡା ହୋଇଥିବା ଏକ ଟ୍ରକ ପଛକୁ ପିଟିଥିଲା।ଫଳରେ ଘଟଣା ସ୍ଥଳରେ ୫ଜଣଙ୍କର ମୃତ୍ୟୁ ଘଟିଥିଲା।ଘରେ ପହଞ୍ଚିବାର ମାତ୍ର ୧ କିଲୋମିଟର ଦୂରରେ ଦୁର୍ଘଟଣା ଘଟିଥିଲା।