ପ୍ରତାପ ନଗରୀରୁ ଗଡ଼ିଲା ଦେବୀ ସୁଭଦ୍ରାଙ୍କ ଦାରୁ ଶଗଡ଼ି

 

ଭୁବନେଶ୍ୱର: ଅଢଙ୍ଗଗଡରୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଥିବା ସୁଭଦ୍ରାଙ୍କ ଦାରୁ ଶଗଡି ବିଭିନ୍ନ ସ୍ଥାନରେ ରହି ରହି ଆଗକୁ ଗଡୁଛି। ଗତକାଲି ରାତିରେ ପ୍ରତାପ ନଗରୀରେ ରହିଥିଲା ଦାରୁ ଶଗଡି। ଆଜି ଅପରାହ୍ନ ପ୍ରାୟ ୫ଟା ୨୦ ବେଳେ ଦିବ୍ୟଦାରୁଙ୍କ ଶଗଡ଼ି ପୁଣି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଆଜି ରାତିରେ ପାଣ୍ଡରା ନିକଟରେ ଦାରୁ ଶଗଡ଼ି ବିଶ୍ରାମ ନେବାର କାର୍ଯ୍ୟକ୍ରମ ରହିଛି। ସଙ୍କୀର୍ତ୍ତନ ସହ ଗଡି ଚାଲିଛି ଦାରୁ ଶଗଡି। ହରିବୋଲ ହୁଳହୁଳି ଧ୍ୱନିରେ ପରିବେଶ ପ୍ରକମ୍ପିତ ହେଉଛି। ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଲୋକଙ୍କ ରୁଣ୍ଡ ହୋଇ ଦାରୁ ଦର୍ଶନ କରୁଛନ୍ତି।

ଗତକାଲି ପ୍ରତାପନଗରୀରେ ଦଇତାପତିମାନେ ରାତ୍ରୀ ଯାପନ କରିଥିଲେ। ଗତକାଲି ସକାଳେ ବିରିବାଟି ତାରିଣୀ ମନ୍ଦିରରେ ରହି ଅପରାହ୍ଣରେ କଟକ ଅଭିମୁଖେ ବାହାରିଥିଲା। ରାସ୍ତାରେ ନୂଆ ଲୁଗା ପକାଇ,ଫୁଲ ଛିଞ୍ଚି,ଚିତା ପକାଇ ସୁଭଦ୍ରାଙ୍କ ଦାରୁଙ୍କୁ ସ୍ୱାଗତ  କରିଥିଲେ ଲୋକେ। ଆଉ ଦିନେ କି ଦୁଇ ଦିନ ମଧ୍ୟରେ ସୁଭଦ୍ରାଙ୍କ ଦାରୁ ଶ୍ରୀମନ୍ଦିର କୋଇଲି ବୈକୁଣ୍ଠରେ ପହଞ୍ଚିବା ଆଶା କରଯାଉଛି।