ପ୍ରଫେସର ଆରଭି ରାଜାକୁମାର ଆଇଆଇଟି-ବିର ନୂଆ ନିର୍ଦେଶକ

ଭୁବନେଶ୍ୱର:ପ୍ରଫେସର ଆରଭି ରାଜାକୁମାର ଭୁବନେଶ୍ୱରସ୍ଥିତ ଆଇଆଇଟିର ନୂତନ ନିଦେ୍ର୍ଧଶକ ଭାବେ ନିଯୁକ୍ତି ପାଇଛନ୍ତି। ଗତ ଗୁରୁବାର  ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ମଞ୍ଜୁାର ପାଇବା ପରେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି।

ଶ୍ରୀ ରାଜାକୁମାର ଆଇଆଇଟି ଖରଡପୁରରେ ଇଲୋକ୍ରୋନିକ୍ସ ବିଭାଗରେ କାର୍ଯ୍ୟରତ ଥିଲେ। ଏହାସହ ପୁସ୍ପକ ଭଟ୍ଟାଚାର୍ଯ୍ୟ ଏବଂ ଶରୀତ କୁମାର ଦାସ ନୂତନ ନିଦେ୍ର୍ଧଶକ ଭାବେ ପାଟଣା ଓ ରୋପୁର ଆଇଆଇଟିର ମୁଖ୍ୟଭାବେ ଯୋଗଦେଉଛନ୍ତି। ଶ୍ରୀ ଭଟ୍ଟାଚାର୍ଯ୍ୟ ବମ୍ବେ ଆଇଆଇଟିରେ କମ୍ପୁ୍ୟଟର ସାଇନ୍ସ ଏବଂ ଇଞ୍ଜିନିୟରିଂରେ ପ୍ରଫେସର ଭାବେ କାର୍ଯ୍ୟରତ ଥିବାବେଳେ ଶ୍ରୀ ଦାସ ମାଡ୍ରାସ ଆଇଆଇଟିରେ ମେକାନିକାଲ ଇଞ୍ଜନିୟରିଂରେ ପ୍ରଫେସରଭାବେ କାର୍ଯ୍ୟ କରୁଥିଲେ।

ଆସନ୍ତା ୨୨ତାରିଖରେ ସେମାନଙ୍କ ନିଯୁକ୍ତି ପତ୍ର ବିଭିନ୍ନ ମନ୍ତ୍ରାଳୟରୁ ଅନୁମତି ପାଇ ଆସିଛି । ଏହି ତିନି ନିଦେ୍ର୍ଧଶକ ପଦବୀରେ ନିଯୁକ୍ତି ପାଇଁ ଆଇଆଇଟିର ୩୬ ଜଣ ପ୍ରଫେସର ନିୟୋଜିତ ହୋଇଥିଲେ।