ବିପଦସଙ୍କୁଳ କୋଠା ମରାମତି କର,ନହେଲେ ଭାଙ୍ଗ

ପୁରୀ:ପୁରୀ ସହରରେ ଥିବା ବିପଦସଙ୍କୁଳ ଅବସ୍ଥାରେଥିବା ମଠ ଓ କୋଠାର ମରାମତି କର। କିମ୍ବା ସେଗୁଡିକୁ ଅବସ୍ଥା ଭଲ ନଥିଲେ ଭାଙ୍ଗି ଦିଅ। ଆଜି ଏହିପରି କଠୋର ନିର୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ।

ନବକଳେବର ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପ୍ରଶାସନ ପକ୍ଷରୁ ଏହି ନିର୍ଦେଶ ଦିଆଯାଇଛି। ପୁରୀ ସର୍କିଟ ହାଉସ ପରିସରରେ ବସିଥିବା ବୈଠକରେ ନବକବେର ସମୟରେ ପରିମଳ ବ୍ୟବସ୍ଥା, ଯାତ୍ରୀଙ୍କ ରହଣୀ ବ୍ୟବସ୍ଥା,ପାନୀୟଜଳ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଅନ୍ୟପକ୍ଷରେ ଯେଉଁ ମଠଗୁଡିକରେ ଯାତ୍ରୀଙ୍କ ରହିବା ବ୍ୟବସ୍ଥା ସହ ପ୍ରର୍ଯ୍ୟାପ୍ତ ପରିମାଣରେ ଟଏଲେଟ୍ ଓ  ପାନୀୟଜଳ ବ୍ୟବସ୍ଥା କରାଯିବାକୁ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଯେଉଁ ମଠରେ ଏହସବୁ ବ୍ୟବସ୍ଥା ନାହିଁ ସେହିମଠଗୁଡିକୁ ନୋଟିସ୍ ଜାରି ହୋଇଛି।

ସେହିପରି  ପରିମଳ ବ୍ୟବସ୍ଥାରେ ତୁରନ୍ତ ସୁଧାର ଆଣିବାକୁ କୁହାଯାଇଛି। ତେବେ ଯାତ୍ରୀଙ୍କ ସୁବିଧା ପାଇଁ ରହାତି ଦରରେ ଖାଦ୍ୟ ପଦାର୍ଥ,ରନ୍ଧନ ଗ୍ୟାସ, ଯୋଗାଇ ଦେବାକୁ ନିଖିଳ ଉକ୍ରଳ ମଠ ମହନ୍ତ ତରଫରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା।