ମାଟ୍ରିକ ପରୀକ୍ଷା: ବାଲେଶ୍ୱରରେ ସର୍ବାଧିକ ୯୧.୫୮%, ମାଲକାନଗିରିରେ ସର୍ବନିମ୍ନ ୬୦%

ଭୁବନେଶ୍ୱର: ଆଜି ପ୍ରକାଶ ପାଇଥିବା ମାଟ୍ରିକ ରେଜଲ୍ଟ। ମୋଟ ୮୨.୫୬ % ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ପାସ୍ ହାରକୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଲା ୧୦ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିବା ଜିଲ୍ଲା। ଏବଂ ଅନ୍ୟଟି ହେଲା ୧୦ ହଜାରରୁ କମ୍ ପିଲା ପରୀକ୍ଷା ଦେଇଥିବା ଜିଲ୍ଲା । ୧୦ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିବା ବର୍ଗରେ ବାଲେଶ୍ୱର ଜିଲ୍ଲାର ସଫଳତା ହାର ସର୍ବାଧିକ ରହିଛି। ଏହି ଜିଲ୍ଲାର ସଫଳତା ହାର ରହିଛି ୯୧.୫୮%। ଏହି ବର୍ଗରେ ବରଗଡ଼ ଜିଲ୍ଲା ପାସ୍ ହାର ସବୁଠୁ କମ୍ ରହିଛି। ଏହି ଜିଲ୍ଲାରେ ପାସ୍ ହାର ରହିଛି ୭୨.୧୫%।

ସେହିପରି ୧୦ ହଜାରରୁ କମ୍ ପିଲା ପରୀକ୍ଷା ଦେଇଥିବା ବର୍ଗରେ ଦେବଗଡ଼ ଜିଲ୍ଲାର ସଫଳତା ହାର ସର୍ବାଧିକ ରହିଛି । ଏହି ଜିଲ୍ଲାରେ ମୋଟ ୯୩.୭୦% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିପରି ଏହି ବର୍ଗରେ ମାଲକାନଗିରି ଜିଲ୍ଲାର ସଫଳତା ହାର ସର୍ବନିମ୍ନ ରହିଛି । ଏହି ଜିଲ୍ଲାରେ ପାସ୍ ହାର ରହିଛି ୬୦% ।

ଆହୁରି ପଢ଼ନ୍ତୁ

ତେଜିଲା ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ବିବାଦ

ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କୁ ଘାଣ୍ଟିଲା ସିବିଆଇ

ହ୍ୱାଟ୍ସଆପ୍‌ରେ ମିଳିବ କରୋନା ପରାମର୍ଶ, ନମ୍ୱର ଜାରି କଲେ ସରକାର

ତିର୍ତ୍ତୋଲ ଉପନିର୍ବାଚନ: ସମର୍ଥକଙ୍କ ସହ ବିଜେପିରେ ମିଶିଲେ ରାଜକିଶୋର

୭୦ ପ୍ରତିଶତ ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଅଛନ୍ତି : ଶାଳିନୀ ପଣ୍ଡିତ

ବର୍ଷାର ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱରରୁ ୩୦୫ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୧୫ ଲୋକାଲ କେସ୍‌

ମହଙ୍ଗା ପଡ଼ିଲା ରଙ୍ଗିଲା ଡ୍ୟାନ୍ସ, ଯାତ୍ରାପାର୍ଟି ମାଲିକଙ୍କୁ ୫୦ ହଜାର ଟଙ୍କା ଫାଇନ୍‌

କ୍ଷେତରୁ ମିଳିଲା ମୄତଦେହ

ପୁଲିସ୍‌ ଉପରକୁ ଗୁଳି ଚଳାଇ ଗିରଫ ହେଲେ ୨ ପିଏଲଏଫଆଇ ସଦସ୍ୟ

ଘରେ ସିବିଆଇ ରେଡ୍ ନେଇ କ’ଣ କହିଲେ ଦେବୀ ମିଶ୍ର