ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ହସ୍ତତନ୍ତ ଓ ହସ୍ତଶିଳ୍ପ ନୀତି ଚୂଡ଼ାନ୍ତ କର

ଭୁବନେଶ୍ୱର:ରାଜ୍ୟରେ ହସ୍ତତନ୍ତ ଓ ହସ୍ତଶିଳ୍ପର ବିକାଶ ପାଇଁ ମାସକ ମଧ୍ୟରେ ହସ୍ତତନ୍ତ ଓ ହସ୍ତଶିଳ୍ପ ନୀତି ଚୂଡ଼ାନ୍ତ କରିବାକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା କରିବା ଅବସରରେ ଏହି ନିର୍ଦ୍ଦେଶ ଦେଇଥିଲେ। ବୁଣାକାର, କାରିଗର ଓ ଟସର ଚାଷୀଙ୍କ ପାଇଁ ଥିବା ସ୍ୱତନ୍ତ୍ର ପ୍ୟାକେଜକୁ ସୁ ବ୍ୟବସ୍ଥିତ କରି ଏହାକୁ ଦେଶର ସବୁଠାରୁ ଆକର୍ଷଣୀୟ ପ୍ୟାକେଜରେ ପରିଣତ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୁଣାକାର ଓ କାରିଗରମାନଙ୍କୁ ଏହା ଭିତରେ ୬୫ହଜାର ସୋଲାର ଲଣ୍ଠନ ବଣ୍ଟାଯାଇଥିବା ବେଳେ ଇ-କମର୍ସ ଦ୍ୱାରା ବୟନିକା ୫କୋଟି ଟଙ୍କ। ବ୍ୟବସାୟ କରିଥିବା ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ସୂଚନା ଦେଇଥିଲେ।