ମୋହନାକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି

ଗଜପତି: ମୋହନାକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପ୍ରଦାନ ପାଇଁ ଦଳମତ ନିର୍ବିଶେଷରେ ଦାବି ହୋଇଛି । ଏ ନେଇ ସୋମବାର ଅଞ୍ଚଳବାସୀ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ପରେ ସେମାନେ ବିଡିଓ ଓ ତହସିଲଦାରଙ୍କୁ ଭେଟି ମୋହନାକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦେବା ଦାବିରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସୂଚନାଯଗ୍ୟ ଯେ, ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ଜିଲ୍ଲା ସଦର ମହକୁମା ରହିଛି । ତେବେ ଜିଲ୍ଲାର ଦୂରଦୂରାନ୍ତରୁ ଗରିବ ଲୋକେ ସଦର ମହକୁମାକୁ ଆସିବାକୁ ବହୁ ହଇରାଣ ହେଉଛନ୍ତି । ବହୁ ସମୟରେ ଗରିବ ଲୋକେ ସଦରକୁ ଆସି କାମ ନ ହୋଇ ପାରିଲେ ଅଯଥ ଖର୍ଚ୍ଚନ୍ତ ହେବା ସହ ନିରାଶ ହୋଇ ଫେରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଶୀଘ୍ର ମୋହନାକୁ ରାଜସ୍ୱ ଉପଖଣ୍ଡ କରିବାକୁ ଦାବି କରିଛନ୍ତି ।