ଲୋୟର ସୁକତେଲ ପ୍ରକଳ୍ପ:୨୦୧୩ ଜମି ଅଧିଗ୍ରହଣ ନୀତି ଅନୁଯାୟୀ କ୍ଷତିପୂରଣ ଦେବାକୁ ସୁପାରିଶ

ଭୁବନେଶ୍ୱର:ଲୋୟର ସୁକତେଲ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ ୨୦୧୩ ନୂଆ ଜମି ଅଧିଗ୍ରହଣ ନୀତି ଅନୁଯାୟୀ କ୍ଷତିପୂରଣ ଓ ଥଇଥାନ କରାଯିବାକୁ ସରକାରଙ୍କୁ ସୁପାରିଶ କରାଯିବ । ଦୀର୍ଘ ୭ବର୍ଷପରେ ଆଜି ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି । ଆଜିର ବୈଠକରେ ପ୍ରକଳ୍ପ କାମର ଅଗ୍ରଗତି, ବିଭିନ୍ନ ସମସ୍ୟାର ସମାଧାନ, କ୍ଷତିପୂରଣ ଓ ଥଇଥାନ ନେଇ ଆଲୋଚନା ହୋଇଥିଲା । ଉତ୍ତରାଞ୍ଚଳ ରାଜସ୍ୱ କମିଶନର ବୈଠକରେ ଅଧ୍ୟକ୍ଷତା କରିଥିଲେ ।

ବଲାଙ୍ଗୀର ଓ ସୋନପୁର ଜିଲ୍ଲାପାଳ,ଏସପି, ଏବଂ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର,ଲୋଇସିଂହା ବିଧାୟକ ତଥା ରାଜ୍ୟ ଅଣୁ କ୍ଷୁଦ୍ର ଓ ସାଧାରଣ ଅଭିଯୋଗ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା,ପାଟଣାଗଡ ବିଧାୟକ କେ.ପି ସିଂହଦେଓ ପ୍ରମୁଖ ଯୋଗଦେଇଥିଲେ । ତେବେ ପ୍ରକଳ୍ପକୁ ବିରୋଧ କରି ବୁଡି ଅଞ୍ଚଳ ସଂଗ୍ରାମ ପରିଷଦ କମୟକର୍ତ୍ତା ଯୋଗ ଦେଇନଥିଲେ ।

ଆହୁରି ପଢ଼ନ୍ତୁ

କର୍ମଚାରୀଙ୍କୁ ଆଗୁଆ ଅବସର: ବିଭାଗ ଶୁଣିଲେନି କି ରିପୋର୍ଟ ବି ଦେଲେନି

ଓଡ଼ିଶାର ସହରାଞ୍ଚଳ ଉଠା ଦୋକାନୀଙ୍କ ପାଇଁ ୮.୨ କୋଟି ଟଙ୍କା ମଞ୍ଜୁର

ବସିଛନ୍ତି ୫ ବରିଷ୍ଠ ଆଇପିଏସ୍ , କାହିଁକି ମିଳୁନି ନିଯୁକ୍ତି?

କରୋନା ରୋଗୀଙ୍କ ସହ କଥା ହେବେ ପରିବାର ଲୋକ

ଭୁବନେଶ୍ୱରରେ ୩ଟି ଜୋନକୁ ନେଇ ଐତିହ୍ୟ ଜିଲ୍ଲା,ମ୍ୟାପ ଜାରି କଲା ବିଡିଏ

ଅଫିସ୍‌ରେ ପଶି ନବୀନଙ୍କୁ ଗାଳିଦେଲେ, ମାଡ଼ ମାରିଲେ!

ସରକାରୀ ପ୍ରାୟୋଜିତ ଗଣମାଧ୍ୟମକୁ ଛାଡ଼, ଓଟିଭିକୁ ଧର !

ଆରୋଗ୍ୟ ହେଲେ ୩୮୩୪ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

କରୋନା ଚିକିତ୍ସା: ଆଦିବାସୀ ଜିଲ୍ଲାରେ ନାହିଁ ଆଇସିୟୁ କି ଭେଣ୍ଟିଲେଟର

କରୋନା ଆକ୍ରାନ୍ତଙ୍କ ମାନସିକ ଅବସ୍ଥା ବିଗୁଡ଼ୁଥିଲେ ଏହି ନମ୍ବରରେ ଫୋନ୍‌ କରନ୍ତୁ

କରୋନା ଆକ୍ରାନ୍ତ ଗର୍ଭବତୀଙ୍କ ଯତ୍ନ ନେଇ ଏମିତି କହିଲେ ଡାକ୍ତର

ମୂଲ ଲାଗିବେ ରଘୁରାଜପୁର ଶିଳ୍ପୀ