ଶପଥ ନେଲେ ହାଇକୋର୍ଟର ତିନି ନୂଆ ଅତିରିକ୍ତ ବିଚାରପତି

ଭୁବନେଶ୍ୱର: ଆଜି ହାଇକୋର୍ଟର ତିନି ନୂଆ ଅତିରିକ୍ତ ବିଚାରପତି ଶପଥ ନେଇଛନ୍ତି। ସେମାନେ ହେଲେ ଜଷ୍ଟିସ୍ କୃଷ୍ଣରାମ ମହାପାତ୍ର, ଜତୀନ୍ଦ୍ର ପ୍ରସାଦ ଦାସ ଓ ଦୁର୍ଗା ପ୍ରସନ୍ନ ଚୌଧୁରୀ।

ହାଇକୋର୍ଟର ମୁଖ୍ୟ କାର୍ଯ୍ୟକାରୀ ବିଚାରପତି ଜଷ୍ଟିସ୍ ପ୍ରଦୀପ ମହାନ୍ତି ଏହି ବିଚାରପତିମାନଙ୍କୁ ଶପଥପାଠ କରାଇଥିଲେ ।ଏମାନଙ୍କୁ ମିଶାଇ ହାଇକୋର୍ଟରେ ବିଚାରପତି ସଂଖ୍ୟା ୨୧ରେ ପହଞ୍ଚିଛି ।

ଆଜିର ଶପଥଗ୍ରହଣ ଉତ୍ସବରେ ଆଇନମନ୍ତ୍ରୀ ଅରୁଣ ସାହୁଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।