ସଙ୍ଗୀତ ଦୁନିଆରେ ସୁର, ଆଉ ଗୋଟିଏ ଗୀତ ରେକଡ଼ିଂ କଲେ  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଥରେ ବିଧାୟକ ସୁରରାଉତ ରାୟ ଷ୍ଟୁଡିଓରେ କରିଛନ୍ତି ଗୀତ ରେକଡିଂ ।  ନିଜ ବିନ୍ଦାସ ଅନ୍ଦାଜରେ ଏକ ଗୀତରେ ନିଜର ସ୍ୱର ଦେଇଛନ୍ତି । ପୂର୍ବ ଗୀତ ଭଳି ଏହି ନତନ ଆଲବମରେ ମଧ୍ୟ ରେୟାପ୍ କରିଛନ୍ତି ସୁର ରାଉତରାୟ । ଆଜି ଅପରାହ୍ନରେ କଟକ ମିଲନ ଷ୍ଟୁଡିଓରେ ସୁର ରାଉତଙ୍କ ରେକଡିଂ କରାଯାଇଥିଲା । ସଂଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଓ ଗୀତାକିର ତପୁଙ୍କ ଲିଖିତ ଗୀତର କିଛି ଅଂଶକୁ ରେୟାପ ଭାବେ ସୁରରାଉତଙ୍କ ସ୍ୱରକୁ ରେକଡିଂ କରାଯାଇଛି । ଏଥର ଯୁବପିଢିଙ୍କୁ ନିଶା ସେବନରୁ ଦୂରେଇ ରଖିବା ପାଇଁ ସଚେତନତା ଗୀତ ପ୍ରସ୍ତୁତ କରାଯାଇଛି । ଏହି ଗୀତ ରେକଡିଂ ସମୟରେ ବେଶ ଉତ୍ସାହିତ ରହିଥିଲେ ବିଧାୟକ ସୁର ରାଉତରାୟ । ଅପରପଟେ ଗୀତ ମାଧ୍ୟମରେ ଏକ ସଚେତନତା ବାର୍ତ୍ତା ଦେବା ଲାଗି ଏହି ପ୍ରୟାସ କରାଯାଇଥିବା କୁହନ୍ତି ସଂଙ୍ଗୀତ ନିର୍ଦ୍ଦେଶକ ଓ ଗୀତ ଲେଖକ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।