ସଚ୍ଚିବାଳୟରେ ଧସେଇ ପଶିବାକୁ କଂଗ୍ରେସ କର୍ମୀଙ୍କ ଉଦ୍ୟମ, ସୁରକ୍ଷା କର୍ମୀଙ୍କ ସହ ଧସ୍ତାଧସ୍ତି

ଭୁବନେଶ୍ୱର: ବନ୍ଦ ପାଳନ ବେଳେ ଯୁବ କଂଗ୍ରେସ କର୍ମୀମାନେ ସଚ୍ଚିବାଳୟ ଭିତରକୁ ଯୁବ କଂଗ୍ରେସ୍ କର୍ମୀ ଧସେଇ ପଶିବା ପାଇଁ ଉଦ୍ୟମ କରିଥିଲେ। ଏହାକୁ ସୁରକ୍ଷା କର୍ମୀମାନେ ବାଧା ଦେଇଥିଲା। ଫଳରେ ଯୁବ କଂଗ୍ରେସ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଶେଷରେ ସୁରକ୍ଷା କର୍ମୀମାନେ ଆନ୍ଦୋଳନକାରୀଙ୍କୁ ଘଉଡାବାକୁ ସଫଳ ହୋଇଥିଲେ।