ସରକାରୀ ବାସଭବନରୁ ମିଳିଲା ଡେପୁଟି ରେଞ୍ଜରଙ୍କ ମୃତଦେହ

କଲ୍ୟାଣସିଂହପୁର(ମାଉଡି ବାରିକ): ନିଜେ ରହୁଥିବା ସରକାରୀ ବାସଭବନରୁ ମିଳିଛି କଲ୍ୟାଣସିଂହପୁର ଡେପୁଟି ରେଞ୍ଜରଙ୍କ ମୃତଦେହ। ତାଙ୍କ ନାମ ବ୍ରଜମୋହନ ଭୋଇ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ହେଲେ ଅଚାନକ ଜଣେ ଅଧିକାରୀଙ୍କ ମୃତଦେହ ତାଙ୍କ ସରକାରୀ ବାସଭବନରୁ ମିଳିବା ଘଟଣାକୁ ରହସ୍ୟମୟ କରିଦେଇଛି। ଖବର ପାଇବା ପରେ ଘଟଣା ଜାଣିବାକୁ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।