ସୁବର୍ଣ୍ଣପୁର:ଦେଢଶୁରର ଟାଙ୍ଗିଆ ଚୋଟରେ ଭାଇବୋହୂ ମୃତ

ସୁବର୍ଣ୍ଣପୁର: ଦେଢଶୁରର ଟାଙ୍ଗିଆ ଚୋଟରେ ଭାଇବୋହୂ ମୃତ। ଏହି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା କେନଝିରିଆପାଲି ଗାଁରେ । ବୁଧବାର ରାତିରେ ଘରୋଇ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ଗାଁର ଜନକ ପଧାନ ଓ ଜଗତ ପଧାନଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ କଳହ ହୋଇଥିଲା। ତେବେ ଏଥିରେ ଉତ୍ତ୍ୟକ୍ତ ହୋଇ ଜନକ ପଧାନ ଭାଇବୋହୂ ତ୍ରିବେଣୀ ଦଶମାସର ଶିଶୁପୁତ୍ରଙ୍କୁ ଧରି  ଶୋଇଥିବା ସମୟରେ ଜନକ ହଠାତ ଏକ ଟାଙ୍ଗିଆରେ ତ୍ରିବେଣୀକୁ ଆକ୍ରମଣ କରିଥିଲା। ତେବେ ତ୍ରିବେଣୀର ପାଟିଶୁଣି ସ୍ୱାମୀ ଜଗତ ଏହାକୁ ପ୍ରତିବାଦ କରିଥିଲେ। ଜଗତ ଏବଂ ତାଙ୍କ ଦଶମାସର ଶିଶୁପୁତ୍ର ମଧ୍ୟ ଆହତ ହୋଇଛି।

ଖବର ପାଇ ବୀରମହାରାଜପୁର ପୋଲିସ ଘଟଣାସ୍ଥଳକୁ ଯାଇ ଶବକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।